STORYMIRROR

Anita Dash

Abstract Inspirational Others

4  

Anita Dash

Abstract Inspirational Others

ଚାଲିବାକୁ ହେବ

ଚାଲିବାକୁ ହେବ

1 min
249


ମଧୁର ସମ୍ପର୍କେ ହୃଦୟରୁ ଆପେ

ଉକୁଟେ ତୃପ୍ତିର ହସ,

ହୃଦୟ ଚିହ୍ନିବା ଭୁଲ ହୋଇଗଲେ

ଜୀବନଟା ଲାଗେ ତୁଚ୍ଛ । [୧]


ସ୍ୱାଭିମାନୀଟିଏ କୁହୁଳି କୁହୁଳି

ଜୀବନକୁ ଜାଳୁଥାଏ ,

ଲୁହ ସବୁ ପିଇ ଓଠରେ ହସର

ମୁକୁତା ଝରାଉଥାଏ। [୨]


ଜୀବନଟା ଯାର ସାହୁକାର ପାଖେ

ବନ୍ଧକରେ ରହିଯାଏ,

ଜୀବ ଥିବା ଯାଏଁ ଇଚ୍ଛାରେ ଜୀଇଁବା

ସ୍ୱାଧୀନତାକି ସେ ପାଏ । [୩]


ଦୁଃଖ ସୁଖ ବେନି ପରସ୍ପର ପରା

ଜୀବନର ସହସାଥୀ,

ମନରେ ସାହସ ବାନ୍ଧି ଚାଲୁଥିଲେ

କଷଣକୁ ଯିବା ଜିତି । [୪]


ପଥଚାରୀ ତୁମ ପଥ ସରିନାହିଁ

ଚାଲିବାକୁ ନିଶ୍ଚେ ହେବ,

ଅନ୍ଧାର ଆଲୁଅ ଝଡ ବରଷାକୁ

ଆଡେଇ ଯିବାକୁ ହେବ। [୫]


ଅତୀତର ଦୋଷ ଦୁର୍ବଳତା, ନୂଆ

ଅନୁଭୂତି ଦିଏ ଆଣି ,

ଅନୁଭବ ଜ୍ଞାନ ପାରି କରିଥାଏ

ସମସ୍ୟା ବଇତରଣୀ । [୬]


ସ୍ୱାର୍ଥପର ଏଇ ଦୁନିଆଁରେ ଭଲା

କିଏସେ ଅଟେ ନିଜର,

ନୋହି ଉଦାସୀନ କର୍ତ୍ତବ୍ୟ ପଥରେ

ହୋଇଯାତୁ ଆଗଭର । [୭]



Rate this content
Log in

Similar oriya poem from Abstract