ଶିକ୍ଷା ଦୁନିଆଁ
ଶିକ୍ଷା ଦୁନିଆଁ
ଅଜ୍ଞାନ ଜଗତେ ଜ୍ଞାନ ଦୀପ ଜାଳେ
ଆଜି ଏ ଶିକ୍ଷା ଦୁନିଆଁ
ପଥଭ୍ରଷ୍ଟଙ୍କୁ ସେ ବାଟକୁ ଆଣଇ
ଦେଇ କି ସଂସ୍କାର ଛୁଆଁ l
ଅଶିକ୍ଷିତକୁ ସେ ଶିକ୍ଷିତ କରାଏ
ଶିକ୍ଷାଦୀକ୍ଷା ଢାଳି ଦେଇ
ଶିକ୍ଷାର ଆଲୋକେ ଜଗତଟା ହସେ
କେତେ ନୀତିଶିକ୍ଷା ପାଇ l
ଶିକ୍ଷା ପାଖେ ନାହିଁ ଉଚ୍ଚନୀଚ୍ଚ ଭାବ
ନାହିଁ ତ ଜାତି ଅଜାତି
ଦେଖେ ନାହିଁ ସିଏ ଧନୀ କି ଗରିବ
ସଭିଙ୍କୁ ଦିଅଇ ଖ୍ୟାତି l
ଚିନ୍ତା ଚେତନାର ବିକଶିତ ଘଟି
କୁସଂସ୍କାର ଯାଏ ହଜି
ଜ୍ଞାନ ବିଜ୍ଞାନର ନବୀନ କିରଣେ
ସଭିଏଁ ଯାଆନ୍ତି ମଜି l
ଶିକ୍ଷା ଦିଏ ଶାନ୍ତି ସୁଖର ସମୃଦ୍ଧି
ଅବା ମାନ ସନମାନ
ଶିକ୍ଷା ଥିଲେ ପାଶେ ଦୁନିଆଁଟା ହସେ
ଗଢ଼ି କେତେ କୀର୍ତ୍ତିମାନ l
ଏ ଶିକ୍ଷା ଦୁନିଆଁ ସବୁଠୁ ନିଆରା
ମନେ ଭରେ ଶିଷ୍ଟାଚାର
ଉତ୍ତମ ଶିକ୍ଷାର ସୁଗୁଣ ମହକେ
ହସି ଉଠେ ଏ ସଂସାର l
