Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Others

4  

Anita Dash

Abstract Others

ମିନତୀ କରୁଛି ଆହେ ଦୟାମୟ

ମିନତୀ କରୁଛି ଆହେ ଦୟାମୟ

1 min
218



ଦୁଃଖର ଶ୍ରାବଣ ଦୂର ହୋଇଯାଉ

ସୁଖ ଇନ୍ଦ୍ରଧନୁ ରଙ୍ଗ ଭରିଦେଉ ।

ଅଶାନ୍ତିର ଝଡ ଦୂରେ ଦୂରେ ରହୁ

ସ୍ୱାସ୍ଥ୍ୟର ସଂପଦ ଠୁଳ ହୋଇ ରହୁ।

ଜଗତର ନାଥ ଢାଳନ୍ତୁ ଆଶୀଷ

ପରମାୟୁ ହେଉ ଶତକ ବରଷ ।

ସଫଳତା ଭରୁ ଭବିଷ୍ୟ ଜୀବନେ

ପରିବାର ସହ ଥାଅ ଖୁସି ମନେ ।

ହେଉ ଶାନ୍ତି ଭରା ନିରୋଗ ଜୀବନ

ପୂରା ହେଉ ସବୁ ସୂଖର ସପନ ।

ସମୟ ନଈର ଏପାରି ସେପାରି

ସୁଖ ଦୁଃଖ ପରା ଦୁଇ କୂଳ ପରି ।

ଜୀବନ ନଉକା ବାହିଯା ନାବିକ

ଦୁଃଖ ପରେ ପୁଣି ଆସିବଟି ସୁଖ ।

ମନରେ ଧଇର୍ଯ, ସାହାସକୁ ନେଇ

ବିଶ୍ୱାସ ପୋତରେ ଭିଡିଦେ ତଲେଇ ।

ପାର ହୋଇଯିବ ଜୁଆରିଆ ନଈ

ମନେ ଶଙ୍କା ଆଣି ରହି ଯାଅ ନାହିଁ ।

ହସି ଖେଳି ଯାଅ ଜୀବନକୁ ଜୀଇଁ

ମନୁଷ୍ୟ ଜନମ ଦୁର୍ଲ୍ଲଭେ ମିଳଇ ।

ମିନତୀ କରୁଛି ଆହେ ଦୟାମୟ

ଆପଣାର ଜନେ ହୋଇଥା ସହାୟ ।।



Rate this content
Log in

Similar oriya poem from Abstract