ନାରୀ
ନାରୀ
ଚୁଲି ଚାଳକୁ ଲୋଡ଼ାଯେ ନାରୀ
ଘର ବାଡ଼ିକୁ ଲୋଡ଼ାଯେ ନାରୀ ।
ଘର ଗଢି ତୋଳିବାରେ ନାରୀ
ଘରର ମୂଳଦୁଆ ଅଟେ ନାରୀ ।
ନୂଆ ସଂସାର ପାଇଁକି ନାରୀ
ନିଜ ଘର ଛାଡି ଆସେ ନାରୀ ।
ଅଲିଅଳରେ ବଢେ ଯେ ନାରୀ
ଶାଶୁ ଘରେ କାନ୍ଦି ମରେ ନାରୀ ।
ମୁକ ବଧିର ପରା ସେ ନାରୀ
ସବୁ ହସି ଯାଏ ସେ ଯେ ନାରୀ ।
ସନ୍ତାନର ଅଳି ସବୁ ବୁଝେ ନାରୀ
ସ୍ୱାମୀ ମନ ନେଇ ଚଳେ ନାରୀ ।
ପୁଅ ଝିଅର ଜନନୀ ନାରୀ
ସେବା ଯତନେ ଲୋଡ଼ାଟି ନାରୀ ।
ଶାଶୁ ଶ୍ୱଶୁର ସେବାରେ ନାରୀ
ମାତାପିତା ସାଥିରେ ଛିଡା ସେ ନାରୀ ।
ଦୁଇ କୂଳକୁ ହିତା ସେ ନାରୀ
ଘରର ଇଜ୍ଜତ ଅଟେ ସେ ନାରୀ ।
ନିତି ନିୟମ ରେ ଚଳେ ନାରୀ
ସବୁ କଟକଣା ସହେ ନାରୀ ।
ଅର୍ଥ ଉପାର୍ଜନେ କରେ ନାରୀ
ଘର ବାହାର କାର୍ଯ୍ୟ ରେ ନାରୀ ।
ଅନ୍ୟର ଇଛାରେ ବଞ୍ଚେ ସେ ନାରୀ
ନିଜ ଖୁସି ଭୁଲିଯାଏ ସେହି ନାରୀ ।
ଜୀବନ ଶେଷ ଯାଏଁ ଖଟେ ନାରୀ
ଛୁଟି ନିଏ ନାହିଁ ଜମା ସିଏ ନାରୀ ।
ଦୁର୍ଗା କାଳୀ ପରା ସେ ଯେ ନାରୀ
ଲକ୍ଷ୍ମୀ ଶାରଦା ଅଟେ ସେ ନାରୀ ।
ରମ୍ଭା ଉର୍ବଶୀ ଅଟେ ସେ ନାରୀ
ସୃଷ୍ଟି କରିପାରେ ଧ୍ବଂସ ସେଯେ ନାରୀ ।
ଅବଳା ଦୁର୍ବଳା ନୁହେଁ ସେ ନାରୀ
ସମ୍ପର୍କ ଡୋରି ରେ ବନ୍ଧା ସେ ନାରୀ ।
ସବୁ ମୂଳରେ ଅଟେ ସେ ନାରୀ
କୋଟି ଜୁହାର ପାଦେ ତାହାରି ।