STORYMIRROR

Trushna Das

Abstract Inspirational Others

4  

Trushna Das

Abstract Inspirational Others

ଆସ ବଞ୍ଚି ଯିବା ଏ ଜୀବନ

ଆସ ବଞ୍ଚି ଯିବା ଏ ଜୀବନ

1 min
245

ଆସ ବଞ୍ଚି ଯିବା ଏ ଜୀବନ 

କେତେ ଅବା ଲେଖା ହୋଇଛି ଏ ଜୀବନରେ ଦିନ 

କିଆଁ ରଖିବା ଏ ଜୀବନେ ମାନ ଅଭିମାନ 

ଆସ ମିଳି ମିଶି ଚଳିବା ସବୁ ଦିନ।। 


ଆସ ବଞ୍ଚି ଯିବା ଏ ଜୀବନ 

ଏହା ଯେ ସୁଖ ଦୁଃଖର ମିଳନ

କେତେ ବେଳେ ଆସେ ନାନା ପ୍ରକାର ଝଡ଼ ଜଞ୍ଜାଳ 

ତ ପୁଣି କେତେବେଳେ ଆସେ ଜୀବନର ସବୁଠାରୁ ବଡ ସୁଖର ମୁହୂର୍ତ୍ତ।।


ଆସ ବଞ୍ଚି ଯିବା ଏ ଜୀବନ 

ଏ ଜୀବନ ବଞ୍ଚିବା ନୁହେଁ ସହଜ

ସବୁବେଳେ ସାମ୍ନାକୁ ଆସି ଥାଏ ପରୀକ୍ଷାର ମୁହୂର୍ତ୍ତ 

ସବୁକୁ ଜିତି ଆଗେଇବାକୁ ପଡି ଥାଏ, ଏ ଯେ ସତ

ଏହା ପରା ହେଉଛି ଜୀବନର ସର୍ତ୍ତ।। 


ଆସ ବଞ୍ଚି ଯିବା ଏ ଜୀବନ 

ଜୀବନେ ରଖିବା ସ୍ନେହ ଆଦର

ହସି ଖେଳି ଯିବା, ଜୀବନ ବଞ୍ଚି 

ସଂସାର ଗାଡି ଯିବଟି ଘୁଞ୍ଚି।।


ଆସ ବଞ୍ଚି ଯିବା ଏ ଜୀବନ 

ପରିବାରରେ ଭରି ଦେବା ସ୍ନେହ ଓ ପ୍ରେମ

ଲହରୀ ଖେଳୁ ସୁଖର

ନ ଲାଗୁ ଏଥିରେ କାହରି ନଜର। 


ଆସ ବଞ୍ଚି ଯିବା ଏ ଜୀବନ 

ହସି ହସି ସବୁ କିଛି କରିବା ଗ୍ରହଣ 

ଆଶା ନ କରି ଫଳ

କରି ଚାଳିବା ନିଜ କର୍ମ

ଏହା ତ ଜୀବନର ନିୟମ।


Rate this content
Log in

Similar oriya poem from Abstract