STORYMIRROR

Meenakshi Padhy

Others

4  

Meenakshi Padhy

Others

ଶିଶୁ

ଶିଶୁ

1 min
346

ତୋର ଡଉଲଡ଼ାଉଲ ମୁହଁ,

ଦୁଇ ଆଖି ତୋର କଥା କୁହା,

ଲାଗେ ନିରୋଳାରେ କେବେ ବସି,

ତୋତେ ଗଢିଛନ୍ତି ଅବା ଦିଅଁ !


ଠୁକୁଠୁକୁ ପାଦେ ତୋର ଚାଲି,

ଆଉ ଦରୋଟି ଭାଷାର କଥା,

ନାଲି କଅଁଳିଆ ଓଠେ ଆହା,

ହସ ଶୁଭିଯାଏ ଖିଲିଖିଲି ।


ଲହୁଣିଆ ପରି ଦେହ ତୋର,

ଫୁଲ ପରି ସେ କଅଁଳ ମନ,

ଦେଖିଦେଲେ ପୂରିଯାଏ ପେଟ,

ମାଆ କୋଳେ ତୋ ସୁଖସପନ।


ସୁନା ସରଗଫୁଲଟି ଆହା,

ଛନ୍ଦ, କପଟ ତୋ ମନେ ନାହିଁ,

ସେଇ ସରଳ ତନୁମନରେ,

ପରା ଦେବତା ବାସ କରଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍