STORYMIRROR

Meenakshi Padhy

Romance

3  

Meenakshi Padhy

Romance

ପ୍ରେମିକା

ପ୍ରେମିକା

1 min
187

ସୁନ୍ଦରୀ ପ୍ରେମିକା ସୁନ୍ଦର ଦେହରେ

ସୁନ୍ଦର ମନଟେ ନାହିଁ,

ମନ ତୋର ବ୍ୟୋମଯାନ ଲୋ ସୁନ୍ଦରୀ

ଘଡ଼ିକେ ଘୋଡ଼ା ଛୁଟଇ...!


ବଡ଼ ବିଚିତ୍ର ତୋ ମନ ଲୋ ସୁନ୍ଦରୀ

ଫୁଲଶେଯ ଫୁଲବନ,

କେତେବେଳେ ଘୋଟିଯାଏ କଳାମେଘ

କେତେବେଳେ ଉଏଁ ଜହ୍ନ...!


ରଂଗ ତୋର ଇନ୍ଦ୍ରଧନୁ ଲୋ ସୁନ୍ଦରୀ

ବାଟବଣା ମନ ତୋର,

ତୋ ଗଳିରେ ମଉଜ ବାରମାସୀ

ଗୋରୀ, ମୁ ତୋର କିଣା ଚାକର...!


ମାୟାବିନୀ ଅଂକକଷା ଲୋ ସୁନ୍ଦରୀ

କୁହୁକିନୀ ହସ ତୋର

କେତେ ମହାଭୋଗୀ ହୋଇଗଲେ ଯୋଗୀ

ପୋଷା ନ ମାନିଲୁ କା'ର...!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance