ପ୍ରେମିକା
ପ୍ରେମିକା
ସୁନ୍ଦରୀ ପ୍ରେମିକା ସୁନ୍ଦର ଦେହରେ
ସୁନ୍ଦର ମନଟେ ନାହିଁ,
ମନ ତୋର ବ୍ୟୋମଯାନ ଲୋ ସୁନ୍ଦରୀ
ଘଡ଼ିକେ ଘୋଡ଼ା ଛୁଟଇ...!
ବଡ଼ ବିଚିତ୍ର ତୋ ମନ ଲୋ ସୁନ୍ଦରୀ
ଫୁଲଶେଯ ଫୁଲବନ,
କେତେବେଳେ ଘୋଟିଯାଏ କଳାମେଘ
କେତେବେଳେ ଉଏଁ ଜହ୍ନ...!
ରଂଗ ତୋର ଇନ୍ଦ୍ରଧନୁ ଲୋ ସୁନ୍ଦରୀ
ବାଟବଣା ମନ ତୋର,
ତୋ ଗଳିରେ ମଉଜ ବାରମାସୀ
ଗୋରୀ, ମୁ ତୋର କିଣା ଚାକର...!
ମାୟାବିନୀ ଅଂକକଷା ଲୋ ସୁନ୍ଦରୀ
କୁହୁକିନୀ ହସ ତୋର
କେତେ ମହାଭୋଗୀ ହୋଇଗଲେ ଯୋଗୀ
ପୋଷା ନ ମାନିଲୁ କା'ର...!

