STORYMIRROR

Meenakshi Padhy

Comedy Drama

3  

Meenakshi Padhy

Comedy Drama

ବହି

ବହି

1 min
164

ଏମିତି ମୋତେ ମିଳିଥାନ୍ତା କି ଗୋଟେ ଗଛର ଛାଇ,

ଯେଉଁ ଗଛରେ ଫଳ ବଦଳେ ଫଳୁ ଥାଆନ୍ତା ବହି ।

ଜ୍ଞାନରସରେ ଭରି ଥାଆନ୍ତା ସେ ଗଛ ବହି ଫଳ,

ସେ ରସ ପାନେ ମଧୁର ତାନେ ବଢନ୍ତା ବୁଦ୍ଧି ବଳ ।

ସୁଖ ଦୁଃଖର, ହସ ମଜାର କେତେ କାହାଣୀ ଭରି,

ଆଈମା କଥା, ବୁଢୀ ଅସୁରୀ, କାହାଣୀ ଶୁଆ ସାରୀ ।

ନାଲି, ଗୋଲାପୀ, ହଳଦୀ, ନୀଳ ରଙ୍ଗ ଯେ ବାଇଗଣୀ,

ରୂପ ଗୁଣରେ ସେ ବହି ଫଳ ନିଅନ୍ତା ମନକିଣି ।

ସକାଳ ସଂଜେ ସେ ଗଛ ମୂଳେ ଦିଅନ୍ତି ପାଣି ଢ଼ାଳି,

ତୋଳି ଆଣନ୍ତି ନିତି ନୂଆ ମୁ ବହି ଭଳିକି ଭଳି ।

ବାଣ୍ଟି ଦିଅନ୍ତି ସେ ମଧୁ ରସ ସାଙ୍ଗ ସାଥୀଙ୍କ ମେଳେ,

ସେ ରସ ପାନେ ସଭିଏଁ ଝୁମି ଯାଆନ୍ତେ ତାଳେ ତାଳେ

ସେ ବହି ଫଳ ଖାଇ ଭୂଲନ୍ତି ଆଉ ଯେତେକ କଥା,

ଜଣା ଅଜଣା ଶିଖି ଶିଖାନ୍ତି ଉଚ୍ଚା ହୁଅନ୍ତା ମଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy