Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Comedy Inspirational Others

4  

Bharatabandhu Biswal

Comedy Inspirational Others

ଶୁଣ ଭାଗ୍ୟବାନ

ଶୁଣ ଭାଗ୍ୟବାନ

1 min
333



ବଡ଼ ଅଦ୍ଭୁତ ଏ ବିଜ୍ଞାପନ ଏବଂ

ଆମ ଶ୍ରୀମତୀଙ୍କ ଖବର କାଗଜ ପାଠ ।


ପଚାରିଲି ପାଠେମଗ୍ନା ଶ୍ରୀମତୀଙ୍କୁ ଦିନେ,

ଶୁୁଣ ଭାଗ୍ୟବାନ ! କି ଇଉରେକା !

କ'ଣ କିଛି ନୂଆ ଉଦ୍ଭାବନ !

ଗରଗରେଇ କହିଲେ ଘରଣୀ-

ହଇହୋ ! ନିଅ ଦେଖ, ବାହାରିଛି

ଆଜି ଅଣ୍ଡା ପାଇକାରି ଦର ,

କାର୍ଟୁନ୍ ପ୍ରତି ଦୁଇଶହ ଚଉବନ ମାତ୍ର ।

କେତେ କ'ଣ କରୁଛନ୍ତି ଲୋକେ

ତୁମେ ଖାଲି ବସିବା ଜାଣିଛ,

ଅନ୍ତତଃ ଚିଆଁ ବିକା ଲାଭପ୍ରଦ

ଉଷୁମାଅ ଡିମ୍ବ ,

ଜଲଦି ଯାଅ ବଜାରକୁ କାର୍ଟୁନ ବାଟେ

ଅଣ୍ଡା ନେଇଆସ ।

ଶ୍ରୀମତୀଙ୍କୁ ବୁଝେଇଲି, ବୁଦ୍ଧିମତୀ

କଥା ଟିକେ ଶୁଣ,

ଆଇନ୍ ଯେମିତି ତା ନିଜବାଟେ ଯାଏ

ତୁମେ ମଧ୍ୟ ସ୍ୱତନ୍ତ୍ର ସ୍ୱ।ଧୀନ ,

କିନ୍ତୁ ଏତେ ଅଣ୍ଡା ହେବ ଅବା କ'ଣ ?

ଆମର ତ ଛୋଟ କାରଖାନା

ଉଧେଇବା କଷ୍ଟକର ବକଟିଏ ଛୁଆ

ପୋଥି ବାଇଗଣ ନୁହଁ ବାଡି ବାଇଗଣ

ଅତଏବ କଥାମାନ,

ଅଳ୍ପ ଆଣି କରାଯାଉ ପରୀକ୍ଷା ନମୁନା ।

ସନ୍ଧ୍ୟା ଆଗୁ ସେଇଆ ହିଁ ହେଲା,

ଫାଟିଲା ସିନ୍ଦୂରା ପୁଣି ଆସିଥିବା

ଅଣ୍ଡା ବି ଫୁଟିଲା,

ଶ୍ରୀମତୀଙ୍କ ଅର୍ଥ ଉପାର୍ଜନ ପନ୍ଥା ନିଷ୍ଫଳ

ଡିମ୍ବତକ ଚିଆଁହୀନ ଘୋଳା;

ତରାଟି ଆଖି ଦୁଇଟି କହିଲେ ଶ୍ରୀମତୀ

ହଁ, ଏବେ ଶୁଣାଇବ କେତେ ପ୍ରବଚନ

ମଧୁର ଭାଷଣ,

ଆଜେବାଜେ ଆମ ବୁଦ୍ଧି ମହାପ୍ରଭୁ କାଳିଆଙ୍କ

ହାତକୁ ବି କରିଛି ଖଣ୍ଡିଆ,

ଏଇମିତି ଯୋଜନା ଫୋଜନା ଯାକ 

ଖାଲି ପଚା ଅଣ୍ଡା ।

ତୁମେ ଖାଲି ଏକା ଏକା

ଭାଗ୍ୟବାନ, ବୁଦ୍ଧିମାନ ଗୋବର ଗଣେଶ ।


କହିଲି- ଗୋ ପ୍ରାଣପ୍ରିୟା,

ନିମିତ୍ତ ମାତର ମୁଁ,ଏକ କ୍ଷୁଦ୍ର ଚିଆଁ,

ବଢି ବଢି କୁକୁଡୁ କୁ ଗଞ୍ଜା,

ଚଟାପଟ ଗରମ ମସଲା,ତତଲା ତେଲ

କଢ଼େଇ ଇତି ମୋ ଠିକଣା ।

ତୁମ ପରି ଆଉ କେତେ ଏ ଜଗତେ

କରମରେ ଅବଶ୍ୟ ବାଉଳା,

ଭାବନାରେ ଦିନସାରା ଉଙ୍କି ମାରି

ଆକାଶରେ ଗଣୁଥାଅ ତାରା ,

ଚାଲୁଥାଉ ଏ ସଂସାରେ ଏଇମିତି

ଭେଳିକିର ପାଲା ।


Rate this content
Log in

Similar oriya poem from Comedy