STORYMIRROR

Trushna Das

Abstract Inspirational Others

4  

Trushna Das

Abstract Inspirational Others

ମୋ ପ୍ରିୟ ବସ୍ତୁ ପୁସ୍ତକ

ମୋ ପ୍ରିୟ ବସ୍ତୁ ପୁସ୍ତକ

1 min
300

ପୁସ୍ତକ ଠାରୁ ପ୍ରିୟ ବସ୍ତୁ ନାହିଁ ଆଉ କିଛି 

ସେ ଯେ ହୋଇ ଥାଏ ସବୁ ଦିନର ସାଥୀ

ସେ ଯେ ଜ୍ଞାନର ଭଣ୍ଡାର 

ସେହି ଜ୍ଞାନ କରି ଥାଏ ଆମକୁ ସମସ୍ତ ବିପଦରୁ ଉଦ୍ଧାର।। 


ମୋ ପ୍ରିୟ ବସ୍ତୁ ପୁସ୍ତକ 

ଭରି ରହିଥାଏ ଅନେକ ଜ୍ଞାନ 

ମନ ଦେଇ ପଢିଲେ ପୁସ୍ତକ 

ସବୁ ଦିନ ପାଇଁ ଅଧିକାରୀ ହୋଇ ଥାଉ ଆମେ ସେହି ଜ୍ଞାନର।। 


ମୋ ପ୍ରିୟ ବସ୍ତୁ ପସ୍ତକ

ବିପଦ କାଳେ ସବୁ ଛାଡ଼ି ଦିଅନ୍ତି ସାଙ୍ଗ 

ପରନ୍ତୁ ପୁସ୍ତକରୁ ପାଇ ଥିବା ଜ୍ଞାନ 

କରି ଥାଏ ଆମକୁ ସେ ବିପଦରୁ ଉଦ୍ଧାର।। 


ମୋ ପ୍ରିୟ ବସ୍ତୁ ପୁସ୍ତକ

ପଢିଲେ ତାକୁ ଜଣା ପଡେ ନାହିଁ ସମୟ

ତା ଠାରୁ ଜାଣିବାକୁ ପାଇ ଥାଉ ଆମେ ଅନେକ ଗୁରୁତ୍ବପୂର୍ଣ୍ଣ କଥା 

ସେ ଦେଇ ଥାଏ ଅନେକ ଜ୍ଞାନ ଯେଉଁ ଠାରେ ଥାଏ ଅନେକ କୌତୁହଳ ଓ ମଜାଳିଆ କଥା। 


ମୋ ପ୍ରିୟ ବସ୍ତୁ ପୁସ୍ତକ 

ତା ପାଖରେ ଥାଏ ଅନେକ ଜ୍ଞାନ 

ସାହିତ୍ୟ, ଗଣିତ, ଇତିହାସ, ଇଂରାଜୀ, କମ୍ପ୍ୟୁଟର, ବିଜ୍ଞାନ 

ସହାୟକ ହୋଇଥାଏ ବନାଇବାରେ ଆମ ପରିଚୟ।।


ମୋ ପ୍ରିୟ ବସ୍ତୁ ପୁସ୍ତକ 

ସର୍ବଦା ତାକୁ ପଢିବାକୁ ମୁଁ ଇଚ୍ଛୁକ 

ହୋଇ ଯାଇଛି ସେ ମୋ ପ୍ରକୃତ ସାଙ୍ଗ 

ରହି ପାରିବି ନାହିଁ ମୁଁ ତାକୁ ଛାଡ଼ି, ଏକ ଦିନ କି ଏକ ମୁହୂର୍ତ୍ତ

ସେ ପରା ମୋ ପ୍ରିୟ ବସ୍ତୁ ପୁସ୍ତକ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract