ଲୁହ
ଲୁହ
ଲୁହ
କେବେ ଆତ୍ମତୃପ୍ତି
ଅନ୍ତ୍ରଦ୍ୱନ୍ଦର ରୂପାନ୍ତରଣ
କେବେ ଅସହାୟ
ଅଭିମାନର ଅନାଵରଣ ।
ଲୁହ
କେବେ ପ୍ରେମର
କେବେ ପ୍ରତାରଣାର ଚିତ୍ରାଙ୍କନ
କେବେ ଆଶୀର୍ବାଦ
ଆଉ ଅଭିଶାପ ର ସ୍ପଷ୍ଟୀକରଣ ।
ଲୁହ
କେବେ ସତ୍ୟର
କେବେ ଛଳନାର ମିଶ୍ରଣ
କେବେ ଦୁଃଖ ଯନ୍ତ୍ରଣାର
ଅନ୍ତିମ ପରିସ୍ପୁଟନ ।
ଲୁହ
କେବେ ଶୀତଳ ଗଙ୍ଗାର
ଧରାବତାରଣ
କେବେ ତତଲା
ଲାର୍ଭାର ଉଦ୍ଗିରଣ ।
ସେ ଯାହା ବି ହେଉ
ତାର ନିହାତି ଦରକାର
ଚିହ୍ନଟିକରଣ
ଆଉ ତାର ଦରକାର
ନିହାତି ଅବମୋଚନ ।
