ଲୁହ
ଲୁହ
ଲୁହ
କେବେ ଆତ୍ମତୃପ୍ତି
ଅନ୍ତର୍ଦ୍ବନ୍ଦ୍ୱର ରୂପାନ୍ତରଣ
କେବେ ଅସହାୟ
ଅଭିମାନ ର ଅନାଵରଣ ।
ଲୁହ
କେବେ ପ୍ରେମର
କେବେ ପ୍ରତାରଣା ର ଚିତ୍ରାଙ୍କନ
କେବେ ଆଶୀର୍ବାଦ
ଆଉ ଅଭିଶାପ ର ସ୍ପଷ୍ଟୀକରଣ ।
ଲୁହ
କେବେ ସତ୍ୟ ର
କେବେ ଛଳନା ର ମିଶ୍ରଣ
କେବେ ଦୁଃଖ ଯନ୍ତ୍ରଣା ର
ଅନ୍ତିମ ପରିସ୍ପୁଟନ ।
ଲୁହ
କେବେ ଶୀତଳ ଗଙ୍ଗା ର
ଧରାବତାରଣ
କେବେ ତତଲା
ଲାଭା ର ଉଦ୍ଗିରଣ ।
ସେ ଯାହା ବି ହେଉ
ତାର ନିହାତି ଦରକାର
ଚିହ୍ନଟିକରଣ
ଆଉ ତାର ଦରକାର
ନିହାତି ଅବମୋଚନ ।
