ଖୋଲି ଯାଉ ଆଖି
ଖୋଲି ଯାଉ ଆଖି
ଚମଡା ର ଚମକ ହଜିଯିବା ପରେଅସ୍ଥି ସବୁ ଅତି ପୁରୁଣା ହେବା ରେ
ମାଂସପେଶୀ ସବୁ ଶିଥିଳତା ର ସ୍ପର୍ଶ ରେ
ଅଲୋଡ଼ା ମଣିଷଉଡା ମନେ ପଡନ୍ତି
ହତାଦର କଲା ପରେ ବି
ଆତ୍ମୀୟତା ର ବାସ୍ତବ ସ୍ପର୍ଶ ଅପେକ୍ଷା ରେ ।
ଅସଜଡ଼ା ଫର୍ଦ ସବୁ ସଜାଡ଼ିବାକୁ
ଚାହିଁଲେ ବି ସଜାଡି ହୁଏନି
ଛିଣ୍ଡା ସୂତା ସବୁକୁ ରୁଣ୍ଡ କରିବାରେ
ସମୟ ବିତେ ସିନା
ଖୋଜି ପାଏନି ଅଦୃଶ୍ୟକୁ
ଏବେ ଦୃଶ୍ୟ କରିବା ର ପ୍ରଚେଷ୍ଟାରେ ।
ଅହଂକାର ର ନବଶ୍ଚୁମ୍ବୀ ଅଟ୍ଟାଳିକା
ଚୁରମାର ହେଉଥାଏ ଥରକୁ ଥର
ହୃଦୟର ନିଭୃତ କୋଠରୀ ରେ
ଅସହାୟତା ର ଅଟ୍ଟାହାସ୍ୟରେ
ଅତୀତର କଳା କାରନାମା ରେ
ବଳ, ବୁଦ୍ଧି ,ସମ୍ପତ୍ତିର କ୍ଷୀଣ ଜୁରେ ।
ଶ୍ଵାସ ର ଗତି ଥମି ଥମି ଯିବାରେ
ଅନୁତାପ ର ତାତି ଲିଭିବା ପୂର୍ବରୁ
ଆଖିଟା ବନ୍ଦ ଥିଲା ଆଖିଟା ବନ୍ଦ ହେବ
ଘୃଣା ର ନର୍କ ଯନ୍ତ୍ରଣା ରେ
ସନ୍ତୁଳି ସନ୍ତୁଳି ସତ୍ୟ ଉପଲବ୍ଧିର ଶେଷ ମୁହୂର୍ତ୍ତରେ
ଖୋଲି ଯାଉ ଆଖିଟା ସଭିଙ୍କ ର ଏ ମୁହୂର୍ତ୍ତ ରେ ।
