STORYMIRROR

Sudip Choudhury

Abstract Inspirational Others

4  

Sudip Choudhury

Abstract Inspirational Others

ଅହିଂସା

ଅହିଂସା

1 min
277

ସତ୍ୟ, ଅହିଂସାର ପରମ ପୂଜାରୀ

ମହାତ୍ମା ଜାତିର ପିତା,

ଅହିଂସା ବଳରେ ଆନ୍ଦୋଳନ କରି

ମୁକ୍ତ କରିଥିଲେ ଭାରତମାତା । (୧)

କରଇ ଶୋଷଣ, କରେ ଅତ୍ୟାଚାର

ଚୋରି କରେ ଦୌଲତ,

ଅନ୍ୟାୟ ବିରୁଦ୍ଧେ ସ୍ବର ତୋଳେ ଯିଏ

ଗୋରା କରେ ତାକୁ ହତ । (୨)

ଏକତ୍ର ଭାବରେ ଜାଗ୍ରତ ହୁଅନ୍ତି

ସବୁ ଭାରତବାସୀଏ,

ଗାନ୍ଧୀଜୀ ଫୁଙ୍କନ୍ତି ଅହିଂସାର ମନ୍ତ୍ର

ଗୋରା ଥରହର ହୁଏ । (୩)

ଯେତେ ଅତ୍ୟାଚାର ହୁଅଇ କଠୋର

ବଢୁଥାଏ ସେତେ ଅହିଂସାର ବଳ,

ଅମୋଘ ଅସ୍ତ୍ରରେ ହୋଇ ପରିଣତ

ଅହିଂସା ହୁଅଇ ଗୋରାର କାଳ । (୪)

ସ୍ବାଧୀନତା ଲଭେ ଜନନୀ ଆମର

ଶାନ୍ତି, ଅହିଂସା ସକାଶେ,

ଅହିଂସା ଅଟଇ ପ୍ରଦୀପ ସମାନ

ଘୋର ଅନ୍ଧକାର ନାଶେ । (୫)

ପରମ ତପସ୍ୟା ଅଟଇ ଅହିଂସା

ଅହିଂସା ପରମ ଧର୍ମ,

ଗାନ୍ଧୀବାଦୀ ହୁଅ, ହେ ଦେଶ ଜନତା

କର ଅହିଂସାରେ କର୍ମ । (୬)



Rate this content
Log in

Similar oriya poem from Abstract