STORYMIRROR

Sudip Choudhury

Tragedy

3  

Sudip Choudhury

Tragedy

ହଜିଯିବ ଦିନେ ଯେତେ ସବୁ ସାଇତା ମୋହ

ହଜିଯିବ ଦିନେ ଯେତେ ସବୁ ସାଇତା ମୋହ

1 min
290

ହଜିଯିବ ଦିନେ ଯେତେ ସବୁ ସାଇତା ମୋହ

ଖୋଜିଲେ ବି ମିଳିବନି ଉଠିବ କୋହ.....

ଅତଳ ଭୂଗର୍ଭେ ତାହା ହୋଇଯିବ ଲୀନ

ଲେଶେ ମାତ୍ର ରହିବନି ସେସବୁର ଚିହ୍ନ.....

କାହିଁକି ହଜିବ..? ସାଇତା ମୋହ ମୋ'

ହଜାଇବ କିଏ ତା'କୁ ...?

ରିକ୍ତ କରିଦେଇ ମୋହ ଭଣ୍ଡାର ମୋ'

ଫଟାଇବ ମୋର ବୁକୁ...

ଫାଟିଗଲେ ବୁକୁ, ହେବ ଆର୍ତ୍ତନାଦ

ନ ହେବ କାହାର କର୍ଣ୍ଣଗୋଚର.......

ସଂସାର ମଧ୍ୟରେ ବୋଲାଇଣ ସୁଖୀ

ପାନ କରୁଥିବି ନିତି ଜହର......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy