STORYMIRROR

Sudip Choudhury

Classics Inspirational Others

3  

Sudip Choudhury

Classics Inspirational Others

ଦଶହରା

ଦଶହରା

1 min
246

ଶୈବଳିନୀ ତୀରେ ଶୁଭ୍ର କାଶତଣ୍ତି

ଆନନ୍ଦେ ନୃତ୍ଯରତା,

ଆସୁଛନ୍ତି ମା' ଅଭୟଦାୟିନୀ

ଗିରିଜା ଗିରିସୁତା । (୧)

ପକ୍ଷ ଅଟେ ଶୁକ୍ଳ, ମାସ ଯେ ଅଶିଣ

ଦଶମୀ ପରିଯନ୍ତେ,

ବାଦ୍ଯ ନିନାଦିତ, ଧରା ମୁଖରିତ

ହେଉଥାଏ ଦିବାରାତ୍ରେ । (୨)

ସନ୍ତାନ ବତ୍ସଳା ମା' ଆଦିଶକ୍ତି

କରିବେ ଦୁଃଖ ମୋଚନ,

ଦେବୀ ମହାମାୟା ଭକ୍ତ ମନ ଜାଣି

କରିବେ ବର ପ୍ରଦାନ। (୩)

ନିଶି ନାଶଯିବ ରବି ପ୍ରକାଶିବ

ପାପୀ ହେବେ ସର୍ବହରା,

ସଂହାରକାରିଣୀ ଅସୁର ନାଶିବେ

ପୁଲକିତ ହେବ ଧରା ।(୪)    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics