ପ୍ରଭାତ
ପ୍ରଭାତ
1 min
259
ପୂରୁବେ ଫାଟିଲା ସିନ୍ଦୂରା,
ଇନ୍ଦୁ ଗଲା ଉଭେଇ ।
ଶୟନ କରଇ କୁମୁଦ,
ପଦ୍ମ ଶଯ୍ୟା ତ୍ୟାଗଇ ।।
କୈରବ ଜଳଇ ବିରହ ଅନଳେ ,
ରାଜୀବ ଆନନ୍ଦ ସବିତା କୋଳେ ।
କଳକଳ ନାଦେ ବହେ ନିର୍ଝରିଣୀ,
ଶୁଭଇ କୋକିଳ ପଞ୍ଚମ ରାଗିଣୀ ।।
ଅପସରି ଯାଏ ରାତ୍ରିର ସ୍ଥାଣୁତା,
ଜୀବକୁଳ ହୁଏ ଚଳଚଞ୍ଚଳ ।
ଦେବାଳୟେ ଶୁଭେ ଘଣ୍ଟ ଶଙ୍ଖ ଧ୍ୱନି,
ଗମେ ଭକ୍ତ ହସ୍ତେ ଧରି ପୁଷ୍ପମାଳ ।।
