Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudip Choudhury

Children Stories Inspirational

3  

Sudip Choudhury

Children Stories Inspirational

ଖୁସି

ଖୁସି

1 min
245


ଖୁସି ଜୀବନର ଅମୂଲ୍ୟ ସମ୍ପଦ

ନାହିଁ ତା'ର ସମତୁଲ,

ଖୁସି ପାଇବାକୁ ଜୀବନେ ପିଲାଏ

ଭଲ କାମ କରିଚାଲ । (୧)

କର ବିଦ୍ୟାଭ୍ଯାସ ଉତ୍ତମ ଭାବରେ

ଲାଭକର ତୁମ୍ଭେ ଯଶ,

ପ୍ରତିଷ୍ଠିତ ହୋଇ ସୁଖରେ ରହିଲେ

ଖେଳିବ ଓଠରେ ହସ । (୨)

କ୍ରୀଡା କୌତୁକ ସାଙ୍ଗସାଥୀ ମେଳ

ମନେ ଆଣିଥାଏ ଖୁସି,

ଗୁରୁଜନେ ଭକ୍ତି, ଲଘୁଜନେ ସ୍ନେହ

ରହିବା ସଭିଏଁ ମିଶି । (୩)

ଜଗତ ଖୁସିର ଭାବନା ନେଇଣ

କରିବା ଈଶ୍ବର ସେବା,

ଈଶ୍ଵରଙ୍କ ଆର୍ଶୀବାଦ ପ୍ରାପ୍ତ ହେଲେ

ଖୁସିରେ ଆମେ ରହିବା । (୪)

ଦୁଃଖୀରଙ୍କି ଆଉ ପଶୁପକ୍ଷୀ ପ୍ରତି

ଦୟା ପରବଶ ହେବା,

ସେମାନଙ୍କ ମୁଖେ ଖୁସି ଦେଖିକରି

ଆନନ୍ଦ ଆମେ ପାଇବା । (୫)

ଖୁସି ମନେ ସର୍ବ କାର୍ଯ୍ୟ ହୁଏ ସିଦ୍ଧ

ଐଶ୍ବର୍ଯ୍ଯ ପ୍ରାପ୍ତ ହୁଅଇ,

ଚଲାପଥ ଆମ ହୁଏ କୁସୁମିତ

ଦୁଃଖ ପାଶ ନ ମାଡଇ । (୬)


Rate this content
Log in