ମନ ପକ୍ଷୀ
ମନ ପକ୍ଷୀ
ଶରୀରେ ବାନ୍ଧିଛି ବସା ସେ ପକ୍ଷୀ ,
ପିଞ୍ଜରା ବନ୍ଦୀରେ ନ ହୁଏ ରଖି ।
ଛୋଟ ଚଢେଇଟି ବଡ ତା ଡେଣା ,
ତା' ଗନ୍ତବ୍ୟସ୍ଥଳୀ ତାକୁ ହିଁ ଜଣା ।
ରୁଚି ଅଟେ ତା'ର ଶରୀର ନେଇ ,
ଶରୀରୁ ଶରୀର ଭିନ୍ନ ଅଟଇ । (୧)
ସୁନ୍ଦର ଶରୀରେ କଦାକାର ପକ୍ଷୀ ,
କେହି କେବେ ହୁଏ ନାହିଁ ଚିର ସୁଖୀ ।
ମନପକ୍ଷୀ ଯା'ର ଯେତେ ସୁନ୍ଦର ,
ହୃଦୟ ତାହାର ସେତେ ଉଦାର ।
ଜୟ କରେ ସେହି ସର୍ବ ହୃଦୟ ,
ଅଶ୍ରୁପୂର୍ଣ୍ଣ କରେ ତା'ର ବିଦାୟ । (୨)
