STORYMIRROR

Sarojini Jena

Inspirational

3  

Sarojini Jena

Inspirational

ନିଷ୍ଠୁର ସମୟ

ନିଷ୍ଠୁର ସମୟ

2 mins
151


ଇତିହାସ ଆଇନା ରେ ସ୍ମୃତି ସବୁ ଉଙ୍କିମାରେ

ସମୟର ନିଷ୍ଠୁର ପାହାର

ରାଜାରାମଙ୍କର ବନବାସ ପୁଣି

ନଳ ରାଜାଙ୍କ କାହାଣୀ ।


ରାଜା ପୁଣି ହରିଶ୍ଚନ୍ଦ୍ର ମଶାଣିରକ୍ଷକ

ଭାଗ୍ୟକୁ ଆଦରି କର୍ମ ପଥେ ଯାଇ

ଦୁର୍ଦ୍ଦିନ ଭୋଗିଲେ ଏକମାତ୍ର ପୁତ୍ରକୁ

ନିଜ ହାତେ କରିଲେ ସଂସ୍କାର ।


କୁମନ୍ତ୍ରଣାରେ ମନ୍ଥରା ଦାସୀର

ଚଉଦ ବରଷ ବନବାସ ହୋଇ

ଅନ୍ତସତ୍ତ୍ୱl ସୀତାସତୀ ପୁଣିହେଲେ

ନିର୍ବାସିତା ପତିଙ୍କ ବିରହେ

ବାଲ୍ମୀକି ଆଶ୍ରମେ କାଳ କାଟିଲେ ।


ଏତ ସମୟର ନିଷ୍ଠୁରତା ଜନ୍ମ ଲଭି ଲବକୁଶ

ପିତୃସୁଖରୁ ହୋଇଣ ବଞ୍ଚିତ

ପାଷାଣୀ ଅହଲ୍ୟା ପୁଣି ରାମଙ୍କ

ସ୍ପର୍ଶରେ ଫେରିଲା ପୁନଃ ଜୀବନ ।


ସମୟର କଷାଘାତେ ଦ୍ରୌପଦୀ ହେଲେ ବିବସନା

ପାଞ୍ଚ ପତି ଥାଉ ଥାଉ ରାଜଦ୍ୱାରେ ଚରିତ୍ର ସଂହାର

କିଏ ଜାଣିଥିଲା ପୁଣି ଅଭିମନ୍ୟୁ ବଦ୍ଧ

ମହା ଯୋଦ୍ଧା ପଞ୍ଚପିତା ଥାଇ ଚକ୍ରବ୍ୟୁହେ ଲଭିଲେ ମୃତ୍ୟୁକୁ ।


ସମୟର ନିଷ୍ଠୁରତା ଶକ୍ତିଶାଳୀ ଦୁର୍ୟୋଧନ

ମାନସରୋବରେ ପୁଣି ଲକ୍ଷ୍ମୀଙ୍କ ଆଶ୍ରିତ

ସମୟର କଷାଘାତେ ପାର୍ବତୀ ନନ୍ଦନ

ବିଘ୍ନବିନାଶନ ହେଲେ ଶିରଚ୍ଛେଦ ।


କେତେ ପତିବ୍ରତା ପୁଣି ହରାଇ ସତୀତ୍ୱ

ଜଳନ୍ଧର ପତ୍ନୀ ବୃନ୍ଦାବତୀ ହେଲେ ପତିତା

ସମୟର ନିଷ୍ଠୁର ପାହାରେ ଦକ୍ଷଯଜ୍ଞଏଁ 

ମହାଦେବ ସତୀଙ୍କୁ ହରାଇ ।


ସତୀ ଅନସୂୟା ଦୁଷ୍ମନ୍ତ ରାଜାଙ୍କ କାହାଣୀ

କୁଆଁରୀ ବୟସେ କୁନ୍ତୀ ହୁଅନ୍ତି ଜନନୀ

ପିତୃତ୍ୱର ନ ପାଇ ପରିଚୟ

ରାଜ ଦରବlରେ ମହାଦାନୀକର୍ଣ୍ଣ ଘୋର ଅପମାନ ପାଇ

ଭରତ ବଂଶର ରାଜା ଶାନ୍ତନୁଙ୍କ ବୀର୍ଯୟେ ଜାତ

ସନ୍ତାନ ପୁଣି ଜଳେ ବିସର୍ଜନ

କାହିଁକି ନା ଏ ଥିଲା ସମୟର ଘୋର ନିଷ୍ଠୁରତା ।


ହୋଇ ବିଶ୍ୱନାଥ ପୁଣି ପାତାଳି ହୋଇଲେ

କଳା ପାହାଡ଼ର ଆକ୍ରମଣେ ଇତିହାସ ରଚିଲେ

ସମୟର କଷାଘାତେ ଷାଠିଏ ପଉଟିରେ ବନ୍ଧା

ଲକ୍ଷ୍ମୀପତି ଅନ୍ନ ପାଇଁ ଦ୍ୱାରେ ଦ୍ୱାରେ ଧାଇଁ ଥିଲେ ।


ସମୟର ନିଷ୍ଠୁରତା ନଥିଲା କି ଏ

ଜାରା ଶବର ତୀରରେ ଶିଆଳି ଲତlରେ

କୃଷ୍ଣ ଙ୍କର ପ୍ରାଣ ନାଶ ଏତେ ଶକ୍ତିଶାଳୀ ମାୟାବିହାରୀ

ଏତେ ସମୟ ର ଶକ୍ତ ପ୍ରହାର ।


କେତେ ସ୍ମୃତି ଏପରି ହୋଇଛି ସାଇତା

ଏଠି ସମୟର ନିଷ୍ଠୁରତା ରାଧାର ବିରହ ରଚିଲା

ଯଦୁ ବଂଶ ନାଶ ଗଲା ପିତା ହୋଇ ବିଶ୍ୱ କାରିଗର

ଏରକା ବଣରେ ନିଜ ମଧ୍ୟେ ଯୁଧ୍ୟେ ହେଲେ ବିନାଶ ।


ସମୟର ନିଷ୍ଠୁରତା କିଏବା ନ ଭୋଗିଛି

ସବୁ ଇତିହାସ ପୁରାଣ ପୋଥିରେ ସ୍ମୃତି ସାଇତା ହୋଇଛି

ଭାଗ୍ୟ ବିଡମ୍ବନା କପାଳେ ହସ୍ତ ରଖି ଯୁଗ ପରେ ଯୁଗ

ସତର୍କର ଘଣ୍ଟି ଅହରହ କାନରେ ବାଜୁଛି

ନିଶ୍ଚିତ ସମୟ ଏଠି ନିଷ୍ଠୁର ସାଜିଛି ସାଜିଥିବ

କlଳମହାକାଳ ସମୁଦ୍ର ଗର୍ଭେ ହେବ ବିଲୀନ l


                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational