ତିନି ରଥର ସାରମର୍ମ
ତିନି ରଥର ସାରମର୍ମ
. ନନ୍ଦିଘୋଷ
_______________
ଜଗତ ସାଆନ୍ତ କାଳିଆ ସୁନାର
ଅଟେ ନନ୍ଦିଘୋଷ ରଥ
ତା'ର ଧ୍ୱଜ ନାମ ତ୍ରୈଲୋକ୍ୟ ମୋହିନୀ
ନିଜେ ନିଜ ସ୍ରଷ୍ଟା ନାଥ ।
ଚୌରାଳିଶ ଫୁଟ ଦୁଇ ଇଞ୍ଚି ହୋଇ
ରଥ ଯେ ନିର୍ମାଣ ହୁଏ
ଚକ ଷୋଳଗୋଟି ସଗଡ଼ ପରିକା
ଚାରିପଟେ ଲାଗିଥାଏ ।
ଆଠଶହ ବତୀଶ କାଠ ଗଣି ଗଣି
ଗଢ଼ା ହୁଏ ଦିନ ରାତି
ଦୂରଦର୍ଶନ ରେ ପ୍ରସାରଣ ହୁଏ
ଓଡିଶା କଳା ସଂସ୍କୃତି ।
ରକ୍ଷକ ତାହାର ଗରୁଡ଼ ଅଟଇ
ସାରଥୀ ତାର ମାତଳୀ
ଯାଉଥାଏ ଯେବେ ବଡ଼ ଦାଣ୍ଡେ ଝୁଲି
ବାଜେ ଘଣ୍ଟ ହୁଳହୁଳି
ରଥ ଦଉଡିର ନାମ ଶଙ୍ଖ ଚୁଡ
ଭକତ ଜୀବନ ଧନ
ନାଲି ହଳଦିଆ ରଥ ରଙ୍ଗ ତାର
ଯଶୋଦା କୁଳ ନନ୍ଦନ ।
ଚାରିଗୋଟି ଘୋଡା ଧଳା ରଙ୍ଗ ଭରା
ଆଗରେ ତା ହଲୁଥାଏ
ଲକ୍ଷ୍ମୀ ଠାକୁରାଣୀ ଭାଳନ୍ତି ଯାଅ ନା
ଗଉଡ଼ ପୁଅ କହ୍ନାଇ ।
ତାଳଧ୍ୱଜ
______________
ତାଳଧ୍ଵଜ ରଥ ବଳଭଦ୍ରଙ୍କର
ଦେଖିବାକୁ କି ସୁନ୍ଦର
ବଡ଼ ଭାଈ ସେଠି ବିଜେ କରିଥାନ୍ତି
ଗଳାରେ ଗଜରା ହାର ।
ଗହଳି ଲାଗିଛି ବଡ଼ଦାଣ୍ଡ ସାରା
ବାସୁଦେବ ଯେ ରକ୍ଷକ
ଟାଣନ୍ତି ଭକତ ଆନନ୍ଦ ମନରେ
ସାରଥୀ ଅଟେ ଦାରୁକ ।
ତେଇଆଳିଶ ଫୁଟ ତିନି ଇଞ୍ଚ୍ ର
ଉଚ୍ଚତା ଅଟେ ଏ ରଥ
ଘୁଉଁ ଘୁଉଁ କରି ଯାଉଥିବା ବେଳେ
କମ୍ପେ ନୀଳାଚଳ ପଥ ।
ତାଳଧ୍ଵଜ ପରେ ଲାଗିଥାଏ ଯେଉଁ
ବାନା ଟିର ନାମ ଉନ୍ନାନି
ଗଢ଼ିଛି ବିନ୍ଧାଣି ରଙ୍ଗ ମନ ଜାଣି
ନାଲିଆ ସବୁଜ ବନାନି ।
କରି ଗୋଲାକାର ଲଗାଇ ଅରଖ
ଚକ ଲାଗିଥାଏ ଚଉଦଟି
କାନ୍ତ କୋମନୀୟ ନିରୀହ ସରଳ
କଳାରଙ୍ଗ ଘୋଡା ଚାରୋଟି ।
ଥାନ୍ତି ପଣ୍ଡା ପୁଅ ଡାହୁକ ଘଣ୍ଟିଆ
ରଥର ଦଉଡି ବାସୁକି
ସାତଶହ ତ୍ରେଷଠି ଖଣ୍ଡର କାଠ
ସମ୍ପୂର୍ଣ୍ଣ ଦିଅଇ ଖଞ୍ଜିକି ।
ସୋରିଷ ବିଞ୍ଚିଲେ ତଳେ ପଡିବନି
ସାରଥୀ ଅଟଇ ଦାରୁକ
ଘଞ୍ଚ ମୟ ବେଢ଼ି ଥାନ୍ତି ଚତ୍ରୁପାର୍ଶ୍ୱ
ଢଗ ଢ଼ମାଳିଆ ଗାୟକ ।
. ଦର୍ପଦଳନ
______________
ଦର୍ପଦଳନଟି ଅତି ମନୋରମ
ଭଉଣୀ ସୁଭଦ୍ରାଙ୍କର
ଗେଲ୍ଲୀ ସୁନାମୁହିଁ ହଳଦୀ ମାଖିଛି
ହସ ନାଲି ଓଠେ ତା'ର ।
ଆଖି ଯାଏ ଲାଖି ଦେଖିଲେ ଏହାକୁ
ରଥ ରଙ୍ଗ କଳା ନାଲି
ଝଲସି ଉଠନ୍ତି ସମ୍ମୁଖରେ ରହି
ଘୋଡା ବି ଚାରୋଟି ନାଲି ।
କରନ୍ତି ଚାଳନା ହେଲେ ଆନମନା
ଦେବ ଅର୍ଜୁନ ସାରଥୀ
ସୁଭଦ୍ରା ମାଆର ଯାତ ଦେଖିବାକୁ
ଚାଲ ବେଗୀ ଯିବା ସାଥି ।
ଶୁଭ ହୁଏ ଥରେ ଛୁଇଁଲେ ତାହାକୁ
ସ୍ଵର୍ଣ ଚୁଡ ର ଦଉଡି
ବଇଆଳିଶ ଫୁଟ ତିନି ଇଞ୍ଚିର
ଚାଲ ନେବା ତାକୁ ଭିଡି ।
ଅଖ ଲାଗିଥିବା ବାର ଗୋଟି ଚକ
ଜୟ ମା ଦୁର୍ଗା ରକ୍ଷକ
ଆ ଲୋ ସଙ୍ଗିନୀ ସାଙ୍ଗ ହୋଇ ଯିବା
ଦେଖିବା ପାଇଁ କ୍ଷଣିକ ।
ପାଞ୍ଚଶହ ତେୟାନବେ ଖଣ୍ଡ କାଠ
ଅଗ୍ରେ ନାଦମ୍ବିକା ଧ୍ୱଜ
ମନ୍ଦିରକୁ ଛାଡି ଆସିବେ ବାହାରି
ରଥ ହୁଏ ସଜ ବାଜ ।
