କିଛି ଅଭୁଲା ସ୍ମୃତି
କିଛି ଅଭୁଲା ସ୍ମୃତି
ବୟସର ରାସ୍ତା ଭାରି ଅଙ୍କାବଙ୍କା
ଦିନେ ବାପା କହୁଥିଲେ
ଜୀବନଠାରୁ ମୃତ୍ୟୁ ପର୍ଯ୍ୟନ୍ତ,
ଜଣା ନାହିଁ କେତେ ବାଟ
ସବୁକିଛିକୁ ସାହସର ସହ
ଅତିକ୍ରମ କରିବାକୁ ପଡେ
ଭାଙ୍ଗି ନ ପଡି ନିଜ ସାଥି
ନିଜେ ହେବାକୁ ମନଉଣା କରିବୁନି
କାରଣ କେହି ହେଲେ ତୋ
ସାଙ୍ଗରେ ସବୁବେଳେ ରହିବେନି
କିନ୍ତୁ ତୁ ତୋ ନିଜ ସହ ସବୁବେଳେ ରହିବୁ,
ତେଣୁ କେବେ ନିଜକୁ ଦୃର୍ବଳ ଭାବି
ଭାଙ୍ଗି ପଡିବୁନି ମୋ କଥା ତୁ ମନେ ରଖିବୁ !
ହଁ ବେଟା ଜୀବନରେ ଅନେକ
ଝଡ଼ତୋଫାନ ଆସିବ
ସବୁକିଛିକୁ ଦୃଢର ସହ ସାମ୍ନା କରିବୁ
ଜୀବନ ରାସ୍ତା ସହଜ ନୁହେଁ
ଝୁଣ୍ଟି ପଡିଲେ ବି ପୁଣି ଥରେ ଉଠି ରାସ୍ତା ଚାଲିବୁ ।
ହଁ ଅନେକ ଲୋକଙ୍କ ସହ ତୋର ଭେଟ ହେବ
କିଛି ମନେ ରହିବେ ତ କିଛି ପୁଣି ଭୁଲି ହେଇଯିବେ
ବନ୍ଧୁବାନ୍ଧଵୀ ସାହାଯ୍ୟ କରିବେ,
ଶତ୍ରୁ ମଧ୍ୟ କିଛି ଶିକ୍ଷା ଦେଇଯିବେ
କେହି ନ ମିଳିଲେ ନିଜ ସାଥି ନିଜେ ହେଇଯିବୁ ।
ହଁ ହୋଇପାରୁ ତୁ ମୋର ଗେଲ୍ଲୀ ଝିଅଟିଏ
ଦରକାର ପଡିଲେ ପୁଅଙ୍କ ପରି ସାହସ ରଖିବୁ
ମୋର ବିଶ୍ୱାସ ଅଛି ତୋ ଉପରେ
ତୁ ମୋର ପରିବାରର ମାନ ରଖିବୁ ।
ହଁ ଗୋ ତୋତେ ପାଇ ମୁଁ ବହୁତ ଖୁସି
କଥା ଦେ ତୁ କେବେ ଦୁଃଖ ନ କରି ଦୃଢ ରହିବୁ
ମୁଁ ନାହଁ ବୋଲି ଆଖିରେ ଲୁହ ନ ଆଣି ସଦା ହସ ରଖିବୁ
ତୁ ତ ଜାଣୁ,ତୋ ଓଠରେ
ହସ ଦେଖିବାକୁ ମୁଁ ସଦା ଚାହେଁ,
ମୋ ଆଶୀର୍ବାଦ ପରା ସବୁବେଳେ
ତୋ ପାଖେ ରହିଛି
ଏ କଥା କେବେ ଯେମିତି ଭୁଲି ନ ଯିବୁ
କିନ୍ତୁ ମନେ ରଖ ତୋ କର୍ମକ୍ଷେତ୍ରରେ
ନିଶ୍ଚିତ ସଂଘର୍ଷ କରିବୁ
ଏହି ସମୟ ମଧ୍ୟରେ ଅନେକ
ଭ୍ରାନ୍ତଧାରଣା ଦୂରହେବ ତୋର
କିଛି ଅନୁଭୂତି ମିଳିବା ସହ ଅନେକ ନୂତନ ଶିକ୍ଷା ମିଳିବ
ତେଣୁ ହଁ ଗୋଟେ କଥା ମନେ ରଖିବୁ
"କେବେ ଯଦି କିଛି ଭୁଲ ହେଇଗଲା
ଭାଙ୍ଗି ନ ପଡି ଠିକ ରାସ୍ତା ଆପଣାଇବୁ
ଜୀବନ ନିଜେ ଏକ ଅଜଣା ଶିକ୍ଷା
ତେଣୁ ଖୋଲା ହୃଦୟରେ ସବୁବେଳେ
କିଛି ଶିଖିବାକୁ ଚେଷ୍ଟା କରିବୁ
ଉଚିତ ଅନୁଚିତ ଭାବିବିଚାରି କର୍ମ କରିବୁ "
ତେଣୁ ସିନା ମୁଁ କୁହେ
" ଏ ଜୀବନ ରାସ୍ତାରେ
କେବେ ଦୁଃଖ ମିଳୁ ମିଳୁ ସାହସ ମିଳିଥାଏ
କେବେ ଭୁଲ କରୁଣୁ ଠିକ ରାସ୍ତା ମିଳିଯାଏ
କେବେ ଝୁଣ୍ଟି ପଡୁପଡୁ ମଣିଷ ଚାଲିବାକୁ ଶିଖିଯାଏ "
