STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

ନାରୀ ତୁ ପ୍ରେରଣାଦାୟିନୀ

ନାରୀ ତୁ ପ୍ରେରଣାଦାୟିନୀ

2 mins
1.0K


ନାରୀକୁ ଗଢିଛି ସଂସାରେ ବିହି, ତାର ବିନା

ପରା ସଂସାର ନାହିଁ

ନାରୀ, ସୁକୋମଳ ପୁଷ୍ପଟିଏ ସୃଷ୍ଟିକୁ ପାଳଇ

ତାର ତିନି ରୂପ ନେଇ

ନାରୀ ଅଟେ ପ୍ରେରଣାଦାୟିନୀ ରକ୍ଷାକାରିଣୀ

ସ୍ନେହଦାୟିନୀ

ତାର ତିନି ରୂପ, କେବେ ଜାୟା, କେବେ ମାତା,

କେବେ ସେ ଭଉଣୀ

ଜନ୍ମ ଦେଇ ପାଳିଥାଏ ସ୍ନେହର ଜନନୀ, ହୋଇ

ଥାଏ ସେ ଭଉଣୀ

ଦାନ କରେ ଅମ୍ବୃତ ଧାରା, କରି ରାଗ ରୁଷା ସ୍ନେହ

ଭରା ମମତାର ଖଣି

ଜାୟା ରୂପେ ଜନ୍ମ ଜନ୍ମାନ୍ତରେ ସେ ଅର୍ଦ୍ଧାଙ୍ଗିନୀ

ପୁରୁଷର ଅଟେ ଚିରସଙ୍ଗିନୀ

ସଂସାରେ ଦୁଃଖ ଜହରକୁ ପିଇ ବିଛାଏ ଶୀତଳ

ଜ୍ୟୋତ୍ସ୍ନା ହୋଇ ସ୍ନେହଦାୟିନୀ

ନାରୀ ‌ସାଜିଛି ପୁରୁଷର ଭକ୍ଷା ପୁରୁଷକୈନ୍ଦ୍ରିକ

ସମାଜରେ କାଳର କରାଳରେ

ପରିଚୟହୀନ, ପରର ଅଧୀନ ଓ ଆଶ୍ରିତ ହୋଇ

ବଞ୍ଚିଛି ପୁରୁଷର ସାହାରାରେ

ଝିଅ, ଭଗିନୀ, ପତ୍ନୀ, ମା କେତେ କେତେ ଦାୟିତ୍ୱ

ସେ ଯେ ତୁଲାଇ ଥାଏ

ତଥାପି ନାରୀକୁ ପିତା, ସ୍ୱାମୀ ଆଉ ପୁତ୍ର ଅଧୀନେ

ବଞ୍ଚିବାକୁ କିଆଁ ପଡିଥାଏ

ପୁରୁଷ, ନାରୀକୁ ଦ୍ରବ୍ୟ ଭାବି ନିର୍ଯାତନା, ଦୁଃଷ୍କର୍ମ

ଓ ହତ୍ୟା କରି ଚାଲି ଥାଏ

ପୌରୁଷ ଦେଖାଉ, ନାରୀକୁ, ଅବଳା ଭାବୁ କିଆଁ

ହେ ପୁରୁଷ ତୁ କି କାପୁରୁଷଟାଏ

ମାନୀ ଦୁର୍ଯ୍ୟୋଧନ ବରିଲା ମୃତ୍ୟୁକୁ ନାରୀ

ଅପମାନେ ରହିଲାନି ତାର ଚିହ୍ନବର୍ଣ୍ଣ

ସୁବର୍ଣ ଲଙ୍କାର ରାଜା ସୀତା ହରଣ କରି

ରହିଲାକି ସେ ଗର୍ବ, ରାବଣ ଯେ ବଳବାନ 

ବିଶ୍ବରେ ଜନ୍ମି ଇତିହାସେ ରଖିଛନ୍ତି ନାମ, ମଦର

ଟେରେସା, ଅନୀ ଫ୍ରାଙ୍କ୍, ଅଙ୍ଗ୍ ସଙ୍ଗ୍ କେତେ ନାରୀ

ଲକ୍ଷ୍ମୀ ବାଇ ସୁଇ କ୍ୟୁ ଡାଇନା ବିଲିଅନ୍ ଇନ୍ଦିରା

ଜେନ୍ କିଂଙ୍ଗ୍ ବିନାଜିର ଭୁଟ୍ଟୋ ପରି

ନାରୀ ସଶକ୍ତି କରଣ ନାମରେ ସାରୀ ବିଶ୍ୱରେ

ବାଜଇ ନାଗରା ଆଜି

ଖବର କାଗଜ ପ୍ରତି ପ୍ରୁଷ୍ଠା ରେ ପଡେ ପରା

ବହୁ ନାରା ବାଜି

ନାରୀ ନାରାୟଣୀ ଅଭୟ ଦାୟିନୀ ହେ ନାରୀ

ଦେଖାଅ ସଂସାରେ ତୁମର ସେହି ରୂପ

ଆନ୍ତର୍ଜାତିକ ଏ ମହିଳା ଦିବସେ ନିଅ ଶପଥ, ହେବୁ

ପାଠୋଇ ପ୍ରତିଷ୍ଠା କରିହ ତୁମ ଅସ୍ତିତ୍ୱ ଓ ସ୍ୱରୂପ

ଏ ଶୁଭ ବେଳା ରେ ପୁରୁଷ ସମାଜ ଆସ ହୋଇ ଏକ

ସମ୍ମାନ ଦେବା ମହାନ୍ ନାରୀ ଜାତି କୁ

ମହିଳା ଅବଳା ନୁହେଁ, ଆମ ଜନ୍ମ ସାର୍ଥକ ହୋଇବ,

ଦେଶରେ କଥା ରହିବ କାଳ କାଳ କୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational