STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଏସନ ନାହଁ କଟକଣା

ଏସନ ନାହଁ କଟକଣା

2 mins
132


ଦୁର୍ଗତି ନାଶିନୀ ଦୁଃଖ ହାରିଣୀ

ମଣ୍ଡପରେ ବିଜେ ସିଂହ ବାହିନୀ

ମହିଷମର୍ଦ୍ଦିନୀ ଯୋଗମାୟା

କଳୁଷ ହାରିଣୀ ଯୋଗୀ ଯାୟା

ସାରା ଜଗତର ଜନନୀ

ସନ୍ତାନ ବତ୍ସଳା ଶକ୍ତି ରୂପିଣୀ

ଦୁର୍ଗତି ନାଶିନୀ ଦୁଃଖ ହାରିଣୀ

ଏସନ ନାହିଁ ମା କରୋନା ର କୋପ

ଦୁନିଆ ଦିଶୁଛି ନୂଆ

ଚମକୁଛି ସବୁ ପୂଜା ମଣ୍ଡପ ରେ

ସାଜସଜ୍ଜା ମନଛୁଆଁ ।


ଫେରିଆସିଛି ତ ହସଖୁସି ପୁଣି

ନାହଁ କାହିଁ କଟକଣା

କରୁଣାମୟୀଗୋ ତୁମ କରୁଣାରୁ

ମହାମାରୀ ବାଟବଣା।

ଅସରା ଖୁସି ସୁଖ ପସରା

ଭାବ ସଙ୍ଗୀତ ଭକତି ଧାରା

ପାଦ ଆମ ତଳେ ଲାଗୁନି

ମଣ୍ଡପରେ ବିଜେ ସିଂହ ବାହିନୀ

ଦୁର୍ଗତି ନାଶିନୀ ଦୁଃଖ ହାରିଣୀ

କାଲି କଥାକୁ ତ ଭୁଲି ହେଉନାହିଁ

ଭାବୁଭାବୁ ଛାତି ଥରେ

ଅତି ନୀଜର ବି ଲାଗୂଥିଲେ ପର

ରହୁଥିଲୁ ଦୂରେଦୂରେ ।


ଆପଣା ଲୋକଙ୍କୁ ଅଛୁଆଁ ମଣିଲୁ

ଛୁଇଁଲେ ଛନକା ପସେ

ଡରିଡରି ଆମ ଦିନ ସରୁଥିଲା

ମହାମାରୀ ଧୂଆଁ ଧାସେ ।

ପରବ ପର୍ବାଣୀ ଫିକା ଫିକା

ଡେଇଁବାକୁ ଡର ସୀମାରେଖା

ମନ୍ତ୍ର ତନ୍ତ୍ର ଯେ ଶୁଭିଲାନି

ଶଙ୍ଖ ମହୁରୀ କାହିଁ ବାଜିଲାନି

ଦୀପଟିଏ କେହି ତ ଜାଳିଲେନି

ଅବସାଦ ବାଦ ହଜିଗଲା ନିଦ

ନିଜେତ ନିଜକୁ ଡରି

ସିନେହ କାଙ୍ଗାଳ ହୋଇଲେ ପାଗଳ

ମମତା ହୋଇଲା ଝୁରି ।


ନିଜ ନିଶ୍ବାସ କୁ ବିଶ୍ବାସ ହେଲାନି

ବିଷ ଭରା ଅବିଶ୍ବାସ

ବରଷ କୁ ମାସ କଲା ପରିହାସ

ଛାଇ କୁ ଡରିଲା ହସ ।

ଗପ ଆରମ୍ଭେ କାହାଣୀ ଶେଷ

ଜ୍ଞାନ ବିଜ୍ଞାନ ହେଲେ ହତାଶ

ସାହା ଏକା ହେଲ ଭବାନୀ

ଭବୁ ଭୟ ଦୂର କଲ ଜନନୀ

ଦୁର୍ଗତି ନାଶିନୀ ଦୁଃଖ ହାରିଣୀ

ତୁମ ଆଗମନ ଗଗନ ପବନ

ଆନନ୍ଦରେ ମୁଖରିତ

ପ୍ରତି ପ୍ରାଣେ ପ୍ରାଣେ ତୁମ ଜୟଗୀତି

ହେଉଅଛି ନିନାଦିତ।


ସଜ ଶେଫାଳୀ ରେ ଚିକିମିକି କରେ

ଶିଶିର ଟୋପାର ହସ

ମନ୍ଦାର ମାଳକୁ ଶଙ୍ଖା ସିନ୍ଦୂର ରେ

ମାଆଗୋ ସୁନ୍ଦର ଦିଶ ।

ତୁମ ଚରଣେ ଶରଣ ମାଗେ

ଦୁର୍ଗତି ନାଶିନୀ ମାଆ ଦୁର୍ଗେ

ଘେନା କରିବ ମୋର ଦଇନୀ

ଜୟ ଜୟ ଜୟ ଜଗତ ରାଣୀ

ଦୁର୍ଗତି ନାଶିନୀ ଦୁଃଖ ହାରିଣୀ।




రచనకు రేటింగ్ ఇవ్వండి
లాగిన్

Similar oriya poem from Inspirational