ଆର୍ଯ୍ୟବଧୂ
ଆର୍ଯ୍ୟବଧୂ
ଗାଉଛି ପୁରାଣ ତୁମରି ଗାଥା
ହେ ଆର୍ଯ୍ୟବଧୂ ତୁମେ ଆର୍ଯ୍ୟମାତା ।
ସ୍ୱାମୀ ସତ୍ୟବାନେ ବରଣ କରି
ଶାଶୁ ଶ୍ୱଶୁରଙ୍କ ପ୍ରିୟ ସବୁରି ।
ଏକ ମାତ୍ର କନ୍ୟା ହୋଇ ଜନମ
ପିତାମାତାଙ୍କ ନୟନ ପିତୁଳା ସମ ।
ବୟସ ଆଗତେ ପିତା ବିଭା କରନ୍ତେ
ଅଭିଶପ୍ତ ସତ୍ୟବାନଙ୍କୁ ପତି ରୂପେ ପାଆନ୍ତି ।
ଅନ୍ଧ ମୁନିଙ୍କ କୁଳ ବଧୂ ବୋଲାଇ
ସେବା ଯତ୍ନେ ଶାଶୁ ଶ୍ୱଶୁରଙ୍କ ମନ ଜିଣଇ ।
ଏକଦା ବନକୁ କାଷ୍ଠ ଆଣିବା ପାଇଁ
ସତ୍ୟବାନ କୁଠାର ହସ୍ତେ ନେଇ ଗଲେ ତ ଧାଇଁ ।
ଅଭିଶାପ କ୍ରମେ କାଳ ଗ୍ରାସ କରିଲା
ବନରେ ମଥା ତ ଘୁରାଇ ଦେଲା ।
ଘୋର ଗର୍ଜନେ ଭୂମିରେ କଲେ ଶୟନ
ଡାକ ପଡିଲା ଆର୍ଯ୍ୟ ବଧୂଙ୍କ କରନେ ।
ତ୍ୱରିତ ପାଶକୁ ମାତା ଧାଇଁଣ ଗଲେ
ସତ୍ୟବାନଙ୍କୁ ଦେଖି ସତୀ କ୍ରନ୍ଦନ କଲେ ।
କାହିଁ କିସ ହେଲା ସ୍ୱାମୀ ପ୍ରିୟର ମୋର
ଚକ୍ଷୁ ଖୋଲ କହୁଛି ମୁଁ ବାରମ୍ବାର ।
ନିମିଷକେ ପ୍ରାଣ ସତ୍ୟବାନଙ୍କ ଛୁଟି ଯାଅଇ
ଯମରାଜନ ତ୍ୱରିତେ ଉପସ୍ଥିତ ହୁଅଇ ।
ହଟି ଯାଅ ବଧୂ ନେବି ମୁଁ ପ୍ରାଣ
ତୁମ ସ୍ୱାମୀଙ୍କର ହୋଇଛି ମରଣ ।
ଏକଥା ଶୁଣି ସାବିତ୍ରୀ ଅନୁନ୍ଵୟ ହେଲେ
ସ୍ୱାମୀଙ୍କ ଜୀବନ ରାଜାଙ୍କୁ ଭିକ୍ଷା ମାଗିଲେ ।
ବାରମ୍ବାର ମହାକାଳ ବିରସ ହେଲେ
ଆର୍ଯ୍ୟ ବଧୂ ପଶ୍ଚେ ପଶ୍ଚେ ଧାବନ କଲେ ।
କେତେ ଅନୁନ୍ଵୟ ବିନୟ ହୋଇ
ସ୍ୱାମୀ ଯେ ପ୍ରାଣ ମୋର ଦେବତା ଥାଇ ।
ଶାଶୁ ଶ୍ୱଶୁରଙ୍କ ଥିଲେ ଏକ ନନ୍ଦନ
କାହିଁ ନେଉଅଛ ଯେ ଜନ୍ତୁରାଜନ ।
ଯାହା ମାଗିବକି ତୁମେ ସର୍ବସ୍ବ ଦେବି
ମୋର ସ୍ୱାମୀଙ୍କୁ ଟିକେ ଦିଅ ଫେରାଇ ।
ଯମରାଜ ସାବିତ୍ରୀଙ୍କ କୋମଳ ବାଣୀ ଶ୍ରବଣ କରନ୍ତେ
ସତୀ ମାତାଙ୍କ କଥାରେ ମୋହ ହୁଅନ୍ତେ ।
ଯାଚି ଦେଲେ ବର ତିନୋଟି ତ୍ୱରିତେ
ମାଗ ବୋଲି କହି ପଥ ଅତିକ୍ରମ କରନ୍ତେ ।
ଏଥୁ ଅନ୍ତେ ଆର୍ଯ୍ୟ ବଧୂ ଧୀରେ ଚଳନ୍ତେ
ମହାକାଳଙ୍କର ପଶ୍ଚେ ଧାବନ କରନ୍ତେ ।
ମାଗିଲେ ହେଁ ଯମରାଜ ଗୋସାଇଁ
ମୋର ପିତାମାତା ଅପୁତ୍ରିକ ଅଟନ୍ତି ।
ପୁତ୍ରବାନ ପାଇଁ ତଥାସ୍ତୁ କରନ୍ତୁ
ଅପୁତ୍ରିକ ଦୋଷୁ ତାଙ୍କୁ ମୁକ୍ତି ଦିଅନ୍ତୁ ।
ଏ କଥା ଶୁଣି ଜନ୍ତୁପତିରାଜନ
ତଥାସ୍ତୁ କରିଣ ଆଗେ ଆଗେ ଚଳିନ ।
ମାତା ପଶ୍ଚାତେ ପୁଣି ଧାବନ କଲେ
ଆଉ ଏକ ବର ମାଗୁଣି କଲେ ।
ମୋର ଶାଶୁ ଶ୍ୱଶୁର ଯେ ଅନ୍ଧ ଅଛନ୍ତି
ତାଙ୍କ ଚକ୍ଷୁ ଫେରାଇ ଦିଅ ହେ ଜନ୍ତୁପତି ।
ତଥାସ୍ତୁ ବୋଲି ଯମରାଜ କହିଲେ
ଚଞ୍ଚଳ ଚଞ୍ଚଳ ପଦେ ଗମନ କଲେ ।
ଏଣେ ଯମପୁର ନିକଟ ହୁଅନ୍ତେ
ପୁଣି ସାବିତ୍ରୀ ଆସିଛନ୍ତି ଯମରାଜ ଦେଖନ୍ତେ ।
କିସ ହେଲା ବୋଲି ଯମରାଜ ବୋଲନ୍ତେ
ଏକଥା ଶୁଣି ସାବିତ୍ରୀ ବିନୟେ କୁହନ୍ତେ ।
ଶତପୁତ୍ର ଜନନୀ ମୋ ହେବାକୁ ମନ
ଏହି ବରଟିକୁ ତୁମେ ଦିଅ ରାଜନ ।
ତଥାସ୍ତୁ କହି ମହାକାଳ ନିଜ ପଥେ ଚଳିଲେ
କାହିଁ ଯାଉଅଛ ସ୍ୱାମୀଙ୍କୁ ନ ଦେଇ ଭଲେ ।
ସ୍ୱାମୀ ବିନା ସମ୍ଭବ କି ଶତପୁତ୍ର ଜନନୀ
ଏ କଥା ଶ୍ରବଣ କରନ୍ତେ ଯମରାଜ ମଥା ଘୁରନ୍ତି ।
ଆର୍ଯ୍ୟ ବଧୂଙ୍କ ସତୀତ୍ୱ କୋମଳ ବଚନେ
ଫେରାଇ ଦ୍ୟନ୍ତି ସତ୍ୟବାନଙ୍କ ଜୀବନ ।
ସେହିଦିନୁ ମହାସତୀ ସାବିତ୍ରୀ ବୋଲାଇ
ପୁରାଣ ପୋଥିରେ ହେଲେ ମାତା କାଳଜୟୀ ।
ହିନ୍ଦୁ ନାରୀ ହିନ୍ଦୁ ସଂସ୍କୃତିର ଗାଥା
କାଳ କାଳ ପାଇଁ ସେ ହେଲେ ଆର୍ଯ୍ୟମାତା ।
ତାଙ୍କ ପଦେ ସଦା ମଥା ନୁଆଁଇ
ପତିବ୍ରତା ଧର୍ମ ପାଳନ ଯହିଁ ।
ହେଲେ ଆଦର୍ଶ ସେ ନାରୀଜାତିର
ସ୍ୱାମୀ ଭକ୍ତି, ସ୍ୱାମୀ ପଦେ ସଦା ଲୟ ରଖିରେ ।
ଏ ଆର୍ଯ୍ୟ ବଧୂଙ୍କ ନାମ ଗୁଣ କୀର୍ତ୍ତନ
ସଦା ଗାଉଥାଉ ଏ ଅବୁଝା ମନ ।
