STORYMIRROR

Pratima Satpathy

Classics

4  

Pratima Satpathy

Classics

ଜୟ ମା ଠାକୁରାଣୀ

ଜୟ ମା ଠାକୁରାଣୀ

1 min
224


ଜୟ ଜୟ ଜୟ ମାଆ ଠାକୁରାଣୀ

    ତୁମକୁ ଶତ ପ୍ରଣାମ

ଜଗତ ଜନନୀ ଅଭୟ ଦାୟିନୀ

    ପାଳୁଛ ତିନି ଭୁବନ.l

ଆଦିଶକ୍ତି ମାତା ଅଯୋନି ସମ୍ଭୁତା

   ପରମ ବୈଷ୍ଣବୀ ମାତା

ପତିତ ପାବନୀ, ଜୟ ଅନ୍ନପୂର୍ଣ୍ଣା

   ଜୟ ମା ସାଗର ସୁତା.l

ପବିତ୍ର ଶ୍ରୀକ୍ଷେତ୍ରେ ମହାଲକ୍ଷ୍ମୀ ରୂପେ

    ପାଉଅଛ ମାତ ପୂଜା

କମଳା, ବିମଳା, ଶାରଳା, ମଙ୍ଗଳା

    ଶାକମ୍ବରୀ, ମା ବିରଜା.l

ଚର୍ଚ୍ଚିକା, ସମଲେଶ୍ୱରୀ, ହିଙ୍ଗୁଳାଇ

    ମା, ଅଭୟା ରାମଚଣ୍ଡୀ

ମନ୍ଦାର ଫୁଲରେ ଦିଶଇ ସୁନ୍ଦର

   ସିନ୍ଦୁରରେ ମୁଖ ମଣ୍ଡି.l

ବୁଢ଼ୀ ଠାକୁରାଣୀ, ସିଦ୍ଧିବାସୁଳେଇ 

   ଅପର୍ଣ୍ଣା, ପାର୍ବତୀ,ଉମା

ଘଟଗାଁ ବାସିନୀ ଜୟ ମା ତାରିଣୀ

   ପୁରାଅ ମନସ୍କାମନା.l

ଏ କଳି ଯୁଗରେ ପ୍ରତି ଗ୍ରାମେ ଗ୍ରାମେ

    ଗ୍ରାମ ଦେବତୀ ରୁପରେ

ବିଜେ କରି ଅଛ ଭିନ୍ନ, ଭିନ୍ନ ନାମେ

   ପୂଜା ପାଉଛ ବିଧିରେ.l

ସବୁ ଶୁଭ କାମେ ଆଗ ତୁମ ପୂଜା

   କରୁଥାନ୍ତି ଗ୍ରାମବାସୀ

ବାର୍ଷିକ ଉତ୍ସବ ପାଳନ କରନ୍ତି

   ମନରେ ହୋଇଣ ଖୁସି.l

ବିପଦ ପଡିଲେ ତୁମ ନାମ ଧରି

   ବିପଦରୁ ତରି ଯାନ୍ତି 

ସକଳ ଶକ୍ତିର ଅଧିଷ୍ଠାତ୍ରୀ ଦେବୀ

   ଦେଇଥାଅ ଶାନ୍ତି, ମୁକ୍ତି.ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics