STORYMIRROR

Sarmistha Palai

Classics

4  

Sarmistha Palai

Classics

ଭକ୍ତ ବତ୍ସଳ ଶ୍ରୀ ହରି

ଭକ୍ତ ବତ୍ସଳ ଶ୍ରୀ ହରି

1 min
216


ଭାବରେ ବନ୍ଧା ସେ' ଭାବ ବିନୋଦିଆ

  ଭକ୍ତ ବତ୍ସଳ ଶ୍ରୀ ହରି।

ତା' ପାଦ ପଦ୍ମରେ ଲୟ ଲଗାଇଲେ

  ନାବ କରିଥାଏ ପାରି।


ନାଦବ୍ରହ୍ମ, ଶୂନ୍ୟବ୍ରହ୍ମ, ସେ' ଓଁକାର

  ନିରାକାର ଓ' ଆକାର।

ପରଂବ୍ରହ୍ମ, ଦାରୁବ୍ରହ୍ମ, ମହାମେରୁ

  ଜଗତର ସେ' ଈଶ୍ୱର।


ଜୀବ, ଜଗତ ଠୁ' କୀଟ ଯେ' ପତଙ୍ଗ

  ଯାହାଙ୍କ ଇଙ୍ଗିତେ ବସ।

ଭକତ ପ୍ରେମରେ ବନ୍ଧା ସେ' ହୁଅଇ

  ଆତ୍ମାରେ ଭରି ସନ୍ତୋଷ।


ଆଦିରୁ ଅନାଦି ଅନାଦିରୁ ଆଦି

  ପ୍ରକୃତି ପୁରୁଷ ରୂପ।

ଅନନ୍ତ ସୃଷ୍ଟିରେ ସେହି ଏକା ସତ୍ୟ

  ଅନ୍ୟ ସବୁ ତ' ଅରୂପ।


ଭାବକୁ ନିକଟ ଅଭାବକୁ ଦୂର

  ସେ' କଳା ଠାକୁର ପରା।

ହୃଦୟ କନ୍ଦରେ ଭାବ ନ' ପାଇଲେ

  ସିଏ ଦିଏ ନାହିଁ ଧରା।


ମିଛ, ମାୟା ଭରା ଏ' ମହା ସାଗରୁ

  ଉଦ୍ଧାର ହେ' ଚକ୍ରଧର।

ଝୁଣ୍ଟି ପଡିଲେ ମୁଁ' ହାତେ ତୋଳି ନେବ

  ଏତିକି ଗୁହାରି ମୋର।


ଦୀନବନ୍ଧୁ ଆହେ ବ୍ରହ୍ମାଣ୍ଡ ଗୋସାଇଁ

  କରୁଣାର ବାରି ଧାର।

ପଦ ପଙ୍କଜରେ ଶରଣ ପଶୁଛି

  ଅଧିନା ଶର୍ମିଷ୍ଠା ତୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics