STORYMIRROR

Manas Ranjan Nayak

Classics Inspirational

4  

Manas Ranjan Nayak

Classics Inspirational

ବିଦେଶେ ସ୍ବଦେଶ ସ୍ମୃତି

ବିଦେଶେ ସ୍ବଦେଶ ସ୍ମୃତି

1 min
420

ଜୀବନ ଜୀବିକାର ପ୍ରତିଦ୍ୱନ୍ଦ୍ୱିତାରେ, ଭିଟାମାଟି ଦୁଃସ୍ବପ୍ନ

ଚେତନାର ଚୌହଦୀରେ କ୍ଷୀଣ ଶୁଭେ,ହରେରାମ ହରେକୃଷ୍ଣ। 

ହଜିଛି ଆତ୍ମୀୟତା, ବିବିଧତା ସତ୍ତ୍ବେ ଭାଷାର ପ୍ରଗଳ୍ଭତା 

ପ୍ଲାଷ୍ଟିକ୍ ଟଙ୍କା ବଜାରରେ ,ମହଙ୍ଗା ମିଳେ ନିରୁତା ମମତା। 


ପାଶୋରିଛି ଶୀତ, ଗରମ, କୁହୁଡି, କାକର ର କ୍ଯାଲେଣ୍ଡର୍

ଶୁଭେନି ଅର୍ଦ୍ଧ ରାତ୍ରୀରେ ଏଠି, ବାହାଦୁର୍ ସ୍ବର ହୁସିଆର୍। 

ବିକାସ ର ଚଉଡା ରାସ୍ତାରେ ଅବିଚ୍ଛିନ୍ନ ପ୍ରଗତି ର ରାହା 

ସ୍ମୃତିରୁ କ୍ରମେ ଇତିହାସ ସାଜେ,ରଜ କି ଦୋଳ ସବୁ ସ୍ବାହା । 


ଚାଖଣ୍ଡେ ଉଦର ଲାଗି, ଶହସ୍ର କୋଶ ଭୂଗୋଳ ବିସ୍ଥାପନ

ପଥର ଛାତିରେ ବୁଢା ବାପ'ର, ପୁଅକୁ ଶେଷ ଆଲିଙ୍ଗନ। 

ବଢିଛି ଶିକ୍ଷା, ବୁଝିଛି ଦୀକ୍ଷା, କମିଛି କି ମୋକ୍ଷର ପ୍ରତୀକ୍ଷା?

ଉନ୍ନତିର ପିଆଲାରେ, କକ୍ଷା ପରେ କକ୍ଷା କେବଳ ଆକାଂକ୍ଷା। 


ବଦଳୁଛି ସମୟ, ବଦଳେ ଆଭିମୁଖ୍ୟ, ଚାଲିଛି ସ୍ପନ୍ଦନ

ଉଦାସ ମନରେ କେବେ ଶୁଭିଯାଏ, ଗାଁ'ର ଖୋଳ ସଂକୀର୍ତ୍ତନ। 

ସଭ୍ଯତା, ପରମ୍ପରା, ସଂସ୍କାରକୁ ମଣେ ପ୍ରହେଳିକା'ର ଫାସ

 ପ୍ରଭୁତ୍ୱର ଅଭୀପ୍ସାରୁ ସାଜେ, ଜଡ ବସ୍ତୁବାଦୀତା'ର ଦାସ। 


 ପ୍ରାପ୍ତି ପରିତୃପ୍ତିର ସମ୍ମୋହନେ ଜିତିଛି ଖାଲି ନିଃସଙ୍ଗତା

 ଅବସୋସ୍ ର ଗାଦିପରେ ପୁଳା ପୁଳା ଟଙ୍କାର ଅଭିଜ୍ଞତା। 

ଶୁଷ୍କ ହସର ବ୍ଯବହାରିକତାରେ ସରିଛି ଅନ୍ତରଙ୍ଗତା

ସମ୍ପର୍କର ସମୀକରଣରେ ଏଠି ଖାଲି ସ୍ବାର୍ଥ ସଂକୀର୍ଣ୍ଣତା । 


ଅନ୍ତଃକରଣରେ ପଢିପାରେ ଜୀବନର ସୂକ୍ଷ୍ମ ମୂଲ୍ଯବୋଧ

ବିଦେଶୀ ମାଟିରେ ବୁଣେ ସ୍ବଦେଶୀ ପିଢି ର ବୀଜ ଅବବୋଧ। 

ପାରିବକି ପର କରି ମାତୃଭୂମି ମାତୃଭାଷାର ମମତ୍ୱ

ସ୍ବଦେଶ ପ୍ରୀତି ପାଖେ ନିଅଣ୍ଟ ହଜାର ମାଇଲ୍ ର ଦୂରତ୍ବ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics