Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Classics

4  

Satyanarayan Sahoo

Classics

ଜୟ ହନୁମାନ

ଜୟ ହନୁମାନ

1 min
392



ଜୟ ଜୟ ହନୁମାନ ପବନ ନନ୍ଦନ

ଜୟ ଜୟ ହନୁମାନ ଭକତ ପ୍ରଧାନ ॥

ଜୟ ଜୟ ହନୁମାନ ଲଙ୍କା କଲ ଦାହ

ଜୟ ଜୟ ହନୁମାନ ସୀତା କଲ ଠାବ ॥

ଜୟ ଜୟ ହନୁମାନ ରାମ ଆଜ୍ଞା ପାଳି

ସାଧିଲ ଅଶେଷ କାର୍ଯ୍ଯ ଅସୁର ସଂହାରି ॥

ଜୟ ଜୟ ହନୁମାନ କରଇ ପ୍ରଣାମ

ଜୟ ଜୟ ହନୁମାନ ଭକତ ଉତ୍ତମ ॥

ଜୟ ଜୟ ହନୁମାନ ସିନ୍ଧୁ କୁ ଲଙ୍ଘିଲ

ଜୟ ଜୟ ହନୁମାନ ସୀତା ଠାବ କଲ  ॥

ଜୟ ଜୟ ହନୁମାନ ଅସୁର ନିପାତ

କରି ତୁମ୍ଭେ ସବୁଠାରେ ରଖିଅଛ ଯଶ ॥

ଜୟ ଜୟ ହନୁମାନ ଦୁଃଖ କ୍ଳେଶ ହାରି

ଜୟ ଜୟ ହନୁମାନ ଭକ୍ତ ଆର୍ତ୍ତ ହାରି ॥

ଜୟ ଜୟ ହନୁମାନ ପର୍ବତ ଆଣିଲ

ଜୟ ଜୟ ହନୁମାନ ମଉଷଧି ଦେଲ ॥

ମୋହ ଗ୍ରସ୍ତ ଲକ୍ଷ୍ମଣ ଙ୍କ ପ୍ରାଣ କଲ ରକ୍ଷା

ଜୟ ଜୟ ହନୁମାନ ନାଗ ଫାସୁ ରକ୍ଷା ॥

କରିଲ ରାମ ଲକ୍ଷ୍ମଣେ ଆଣି ଗରୁଡଙ୍କୁ

ଜୟ ଜୟ ହନୁମାନ ତୁମ୍ଭ ସାହସ କୁ ॥

ମହୀ ରାବଣ ପୁରକୁ ଗମିଲ ଅକ୍ଳେଶେ

ମାୟାବୀ ଦାନବ ମାୟା ଭେଦିଲ ସାହସେ ॥

ଜୟ ଜୟ ହନୁମାନ ଧନ୍ଯ ତୁମ ଲୀଳା

ଜୟ ଜୟ ହନୁମାନ ତୁମ୍ଭେ କେତେ ଖେଳା  ॥

ରଚି ରାମାୟଣ କାହାଣୀର ଅଗ୍ରଗତି

କରାଇଛ ଧନ୍ଯ ବୀର ତୁମ୍ଭର ଶକତି ॥

ଜୟ ଜୟ ହନୁମାନ ଭବ ତାପ ହାରି

ଜୟ ଜୟ ହନୁମାନ ବୀରଙ୍କ କେଶରୀ ॥

ଜୟ ଜୟ ହନୁମାନ ଭକ୍ତ ମନସ୍କାମ

ଅଚିରେ ପୁରାଅ ଭଜିଲେ ତୁମ୍ଭର ନାମ ॥

ଜପୁ ଅଛି ହନୁ ମାନ ତୁମ୍ଭଙ୍କୁ ଧିଆନ

କରି ବାରବାର ନମଃ ଶଙ୍କଟ ତାରଣ ॥



Rate this content
Log in

Similar oriya poem from Classics