STORYMIRROR

Jayashree Das

Classics

4  

Jayashree Das

Classics

ନୀଳ ସ୍ବପ୍ନ

ନୀଳ ସ୍ବପ୍ନ

1 min
301


ଜଗାରେ

ଦୂରେ ବଉଳର ବାସ ଚହଟିଲେ,

ମନକୁ ଅଧୀର କରେ

ପାହାଡ଼ ଚୂଡାର କଣ୍ଟା ଫୁଲ ପରି,

ନିଇତି ମୁଁ ଝୁରି ମରେ।


ତୋ କାଳିଆ ରୂପ ନ ଦେଖିଲେ ଧନ,

ଲାଗେ ନାହିଁ ଜମା ଭଲ

ଅଳସୀ ସଞ୍ଜରେ ନଈପଠା ଧାରେ,

ସାଜେ କାଶତଣ୍ଡୀ ଫୁଲ


ବାସନାହୀନ ମୁଁ କାଗଜ ଫୁଲଟେ,

ମହାଶୂନ୍ୟତାରେ ଦୋଳେ

ନୀଳ ସ୍ବପ୍ନମାନ ତୋ ନୀଳ ଅଙ୍ଗରେ,

କାହ୍ନା ଖୋଜେ ମୁଁ ସଞ୍ଜ ସକାଳେ।


ମୋ ମନ ଆକାଶେ ଅଦିନିଆ ମେଘ,

ଦୁଃଖ ଘଡଘଡି ଆଣି

ତୋ କଳା ରଙ୍ଗର ବିଜୁଳି ଦେହରେ,

ମନେ ମୋର ଦିଏ ବୁଣି।


ନିଃଶବ୍ଦ ମନରେ ଯେତେ ନିବିଡ଼ତା,

ତୋ ପାଦରେ ହୁଏ ଶେଷ

କେଇଟୋପା ଲୁହ ନେଇ ମୁଁ ବଞ୍ଚିଛି,

ମୋ ଓଠରୁ ଲିଭିଛି ହସ।


ଦେଖିନି ତୋତେ ମୁଁ ତଥାପି ଖୋଜୁଛି,

ପୁରାଣ ପୋଥିରେ ଲେଖା

ଶୁଣିନି ତୁମର ମିଠା ମିଠା କଥା,

ତଥାପି ତୁମେ ମୋ ସଖା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics