Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUPRIYA MOHANTY

Classics

4.4  

SUPRIYA MOHANTY

Classics

ଭାବରେ ଭଗବାନ

ଭାବରେ ଭଗବାନ

1 min
312



କଳାଠାକୁର ମୋ କାଳିଆ ସାଆନ୍ତ

ଖୋଲା ବେନି ନୟନ

ଚନ୍ଦ୍ର ସୂର୍ଯ୍ୟ ଦୁଇ ଶୋଭା ପାଉଛନ୍ତି

ଦେଖୁ ଅଛ ତ୍ରିଭୁବନ l

ଜୟ ଜଗନ୍ନାଥ ପ୍ରାଣର ପ୍ରତିମା

ତୁମେ ତ ଦାରୁ ଦେବତା

ତୁମ ଦୟା ହେଲେ ବୁଡ଼ି ଯାଏ ସୋଲ

ପଥର ବି କହେ କଥା l

ନମୋ ନାରାୟଣ ପତିତପାବନ

ବ୍ୟାପିଅଛ ଚରାଚର

ବରଷକେ ଥରେ ମଣ୍ଡପୁ ଆସୁଛ

ଦେଖିବ ଦୁଃଖ ଦୁଃଖୀର l

ପ୍ରତି ପ୍ରାଣେ ତୁମେ ଆହେ ଦୟାମୟ

ଘଟେ ଘଟେ ପୁରିଅଛ

ମାୟା ଦଉଡ଼ିରେ ଟାଣୁଛ ଜଗତ

ଭକ୍ତ ଜନେ ଉଦ୍ଧରିଛ l

କୋଟି ଓଡ଼ିଆର ମଉଡମଣୀ ତ

ପ୍ରତି ପ୍ରାଣର ସ୍ପନ୍ଦନ

ଯେଉଁ ଦେଶେ ଯାଏ ତୁମ ଭକ୍ତ ଟିଏ

ସେଇଠି ତୁମ ଜୀବନ l

ଜାତି ଇତିହାସେ ଅମର ଅକ୍ଷରେ

ତୁମ ନାମ ଲେଖିବାକୁ

ତୁମ ଭକ୍ତଶ୍ରେଷ୍ଠ ଟାଣେ ନନ୍ଦିଘୋଷ

ଭୁଲି ସେ ଜାତି ଭେଦକୁ l

ଯେଉଁଠି ପଡିବ ତୁମ ପଦଚିହ୍ନ

ସେ ଜାତି ସ୍ୱର୍ଗ ଲଭିବ

ବିଶ୍ଵଦରବାରେ ତୁମ ନନ୍ଦିଘୋଷ

ଚିରକାଳ ଗଡୁଥିବ l

ଓଡିଶା ଗୌରବ ତୁମ ରଥଯାତ୍ରା

ବିଶ୍ୱ ବିଜୟୀ ହୋଇବ

ଉତ୍କଳ ମାଟିର ଖ୍ୟାତି ଯଶବାନା

ଵ୍ରହ୍ମାଣ୍ଡେ ବିଦିତ ହେବ l


Rate this content
Log in

Similar oriya poem from Classics