Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUPRIYA MOHANTY

Classics

4  

SUPRIYA MOHANTY

Classics

ଭାବର ଠାକୁର ମୋ କଳା ଠାକୁର

ଭାବର ଠାକୁର ମୋ କଳା ଠାକୁର

2 mins
232


ପତିତ ଜନଙ୍କୁ ଉଦ୍ଧାରିବା ପାଇଁ

ନନ୍ଦିଘୋଷେ ବିଜେ କଳାଠାକୁର

ପାଦ ନାହିଁ ଭକ୍ତ ଟାଣି ଟାଣି ନେବେ

ପହଞ୍ଚିବ ଯାଇ ମାଉସୀ ଘର l

ମାଉସୀ ହାତର ଶାଗ ଭଜା ଖାଇ

ଆନନ୍ଦେ ହସିବ କଳାଠାକୁର

ଯଜ୍ଞ ବେଦୀପରେ ଦର୍ଶନ ମିଳିଲେ

ପାପ ପଙ୍କୁ ହୋଇଯିବୁ ଉଦ୍ଧାର l

ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିର

ପୂର୍ବ ରାତ୍ରୀ ଅଢ଼େଇ ପ୍ରହରେ

ମହାପ୍ରଭୁଙ୍କର ନିଦ୍ରା ଭଙ୍ଗ ଲାଗି

ସେବକ ଲାଗିବେ ନାନା ପ୍ରକାରେ l

ବିଶ୍ୱାବସୁ ବିଦ୍ୟାପତି ବଂଶଧର

ବସ୍ତ୍ର ପିନ୍ଧାଇବେ ଅତି ଯତନେ

ମଙ୍ଗଳାରୋପଣ ପ୍ରାତଃ ପୂଜା ପରେ

ପୁଷ୍ପାଞ୍ଜଳି ଦେବେ ଅତି ସଂଭ୍ରମେ l

ନୃପମଣି ଗଜପତି ମହାରାଜ

ବିନୟ କରିବେ ମହାପ୍ରଭୁ ଙ୍କୁ

ଘୋଷ ଯାତ୍ରା ରଥେ ଆସିବା ହୁଅନ୍ତୁ

ଭରସା ତ ତୁମେ ଚଉବାହାକୁ l

ତୁଳୀ ତଳ୍ପ ଶେଜ ପଥରେ ସଜେଇ

ବୀଣା ଘଣ୍ଟ ଶଙ୍ଖ ମୃଦଙ୍ଗ ଶବ୍ଦେ

କରତାଳି ଧ୍ଵନି ଗୀତ ବାଦ୍ୟ ସାଥେ

କାଳିଆ ଆସିବ ଓଂକାର ନାଦେ l

ପ୍ରଥମ ପହଣ୍ଡି ସୁଦର୍ଶନ ଙ୍କର

ତା ପରେ ପହଣ୍ଡି ବଡ ଠାକୁର

ସୁଭଦ୍ରା ଙ୍କ ବିଜେ ଶେଷ ହେଲା ପରେ

ପହଣ୍ଡି ବିଜୟ ଦୟା ସାଗର l

ଦେବଦଳନ ରେ ସୁଦର୍ଶନେ ସ୍ଥାପି

ତାଳଧ୍ଵଜ ରେ ବିଜେ ରାମକୃଷ୍ଣ

ଚଳନ୍ତି ପ୍ରତିମା ମଦନ ମୋହନ

ନନ୍ଦିଘୋଷେ ବିଜେ ହେବେ ଶ୍ରୀକୃଷ୍ଣ l

ଭକ୍ତି ସହକାରେ ପୁଷ୍ପାଞ୍ଜଳି ଦେଇ

ମଣିମା କରିବେ ରଥ ମାର୍ଜନା

ଦୁନିଆ ଜାଣଇ ଏହି ନିତୀ କାନ୍ତି

ମାର୍ଜନା ର ନାଁ ଛେରା ପହରା.:

ସୁଶୋଭିତ ବଡ ଦାଣ୍ଡେ ଯେ ଗଡ଼ିବ

କଳାଠାକୁର ର ରଥ ଏଥର

ଚନ୍ଦନ ଜଳରେ ଚନ୍ଦନ ଗୁଣ୍ଡରେ

ବାସିବ କାଳିଆ ଅତର ଅତର l

ଆଲଟ ଚମର ପଡୁଥିବ ଦାଣ୍ଡେ

ନନ୍ଦିଘୋଷ ଯିବ ଦାଣ୍ଡରେ ଗଡି

ମଧ୍ୟାହ୍ନ ଭୋଗରେ ଖଇ ଗୁଡ଼ କ୍ଷୀର

ଫଳ ମୂଳ ଭୋଗେ ଦେବ ଅଜାଡ଼ି l

ପଇଡ଼ ଜଳରେ ଦିବ୍ୟ ପଣା କରି

ତିନି ଠାକୁରଙ୍କୁ ପିଆଇଦେବ 

ଗଜା ମୁଗ ସାଥେ ନଡ଼ିଆ ରସରେ

ନିଶଙ୍ଖୁଡି ଭୋଗ ଲଗାଉଥିବ l

ମଧ୍ୟାହ୍ନ ରେ ଟିକେ ରଥ ଅଟକାଇ

ତାଳପତ୍ର ବିଞ୍ଚଣାରେ ବିଞ୍ଚିବ

କଳାଠାକୁର ର ଦେହ ଥଣ୍ଡା ହେଲେ

ଆଉଥରେ ରଥ ଗଡେଇ ନେବ l

ଥକି ଯିବ ନାହିଁ କାଳିଆ ଠାକୁର

ରହି ରହି ନେବ ବଡଦାଣ୍ଡରେ

ରାତି ହୋଇଗଲେ ଗୁଣ୍ଡିଚା ପଥରେ

ଦୀପ ଜାଳିଦେବ ଅତି ଆଦରେ l

ଚନ୍ଦର ଉଦିଆ ଦୀପ ଜାଣିଦେଲେ

ଝଲସି ଉଠିବ କଳାଠାକୁର 

ସନ୍ଧ୍ୟା ପୂଜା ସାରି ଯଜ୍ଞ ବେଦୀ ପରେ

ବିଜେ କରାଇବ ତିନି ଠାକୁର l

ରଥରୁ ଓଲ୍ହାଇ ରହିବ କାଳିଆ

ବ୍ରହ୍ମା ବନ୍ଦାପନା କରିବେ ଆଗ

ମନୋରମ ଦୃଶ୍ୟ ଦେଖିବ ସେ ଏକା

ଯାହାକୁ ଲାଗିଛି କାଳିଆ ଯୋଗ l

ଵିଧି ଅନୁସାରେ ମହାସ୍ନାନ ସାରି

ସୁରମ୍ୟ ବସ୍ତ୍ରରେ ସଜେଇ ହୋଇ

ମାଉସୀ ମା ଘରେ ଆନନ୍ଦେ କାଳିଆ

ଭୋଗ ପେଟେ ଖାଇ, ପଡିବ ସୋଇ l

ଆଡପ ମଣ୍ଡପେ ତିନି ଠାକୁରଙ୍କୁ

ଭକ୍ତି ଭାବେ ଥରେ କଲେ ଦର୍ଶନ

ହଜାରେ ଯଜ୍ଞ ର ପୁଣ୍ୟାଫଳ ମିଳେ

ମିଳିଥାଏ ପ୍ରଭୂ ଚରଣେ ସ୍ଥାନ l

ଦର୍ଶନ ସୋଭାଗ୍ୟ ନ ଦେଲୁରେ ନାହିଁ

ଦୀନ ଜନାର୍ଦ୍ଧ ନ କଳା ଠାକୁର

ଏଥର ରଥରେ ଲେଉଟାଇ ନେ

 ମୋକ୍ଷ ପାଇଯାଉ ପାପୀ ଶରୀର l

ବଡଦାଣ୍ଡ ଆଜି ଉଠୁଛି ପଡୁଛି

କାଳିଆ ଆସୁଛି ନନ୍ଦିଘୋଷ ରେ

ବୁଡ଼ୁଥିବା ଭେଳା କୂଳରେ ଲାଗିବ

ହସିବ ଜଗତ ଜଗା କୃପା ରେ l



Rate this content
Log in

Similar oriya poem from Classics