Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUPRIYA MOHANTY

Inspirational

4.0  

SUPRIYA MOHANTY

Inspirational

ମିଛ ଅଭିନୟ

ମିଛ ଅଭିନୟ

1 min
259



ବିଶ୍ଵ ରଙ୍ଗମଞ୍ଚେ ଲାଗିରହିଅଛି

ଯେତେ ଯେତେ ଅଭିଯାନ

ବୈଦିକ ଯୁଗରୁ ଏଯାବତ ପ୍ରାୟ

ଚାଲିଅଛି ଏକ ଯାନ l


ସେ ଯାନରେ ବସି ଶକୁନି ରଚିଲେ

ବିଶ୍ଵ ଇତିହାସେ ଜୟ

ଛଳନାରେ ବିଶ୍ଵ ଜିଣିବା ଶିଖିଛେ

କରି ମିଛ ଅଭିନୟ l


ନିଜ ସ୍ୱାର୍ଥ ପୁରା କରିବା ଆଶାରେ

ପାଦ ଧରିନେବା ଦିନେ

କାମ ଶେଷ ପରେ ଗୋଇଠା ଟେ ମାରି

ଚାଲିଯିବା ନିଜ କାମେ l


ସତ ତ ହଜିଛି ଏଇ ଦୁନିଆରୁ

କାୟା ମେଲାଏ ଛଳନା

ନାହିଁ ପରିବାର ନାହିଁ ଭାତୃପ୍ରେମ

ସ୍ୱାର୍ଥ ର ଉଡୁଛି ବାନା l


ଭାଇ ତଣ୍ଟି କାଟି ଭାଇ ର ଐଶ୍ଵର୍ଯ୍ୟ

ବାନା ଉଡେ ଫର ଫର

ମା ବୁଝୁନାହିଁ ସନ୍ତାନ ଯନ୍ତ୍ରଣା

ସନ୍ତାନ କରୁଛି ପର l


ଭାଇ ଭଉଣୀ ର ଅତୁଟ ବନ୍ଧନ

ଡୋରି ଯାଇଅଛି ଛିଡ଼ି

ମିଛ ଅଭିନୟେ ମଣିଷ ସଢୁଛି

ସତ୍ୟ ରେ ପଡିଛି ବେଡ଼ି l


ବିଶ୍ଵ ଶ୍ରେଷ୍ଠ ଜୀବ ହେ ମଣିଷ ଶୁଣ

ନିଜ ସ୍ୱାର୍ଥ ଯାଅ ଭୁଲି

ମିଛ ଅଭିନୟ ଚିରସ୍ଥାୟୀ ନୁହେଁ

ଦେଖିନିଅ ଆଖି ଖୋଲି l


ବିଶ୍ଵ ନିୟନ୍ତାଙ୍କ ହିସାବ ଖାତାରେ

ହିସାବ ରହୁଛି ଜାଣ

ବେଳ ଥାଉ ଥାଉ ଧର୍ମ କୁ ଆଦରି

ରଖିନିଅ ନିଜ ଟାଣ l



Rate this content
Log in

Similar oriya poem from Inspirational