Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR SAMIR KUMAR NANDA

Inspirational

3  

DR SAMIR KUMAR NANDA

Inspirational

ଜୀବନ ଚକ୍ର

ଜୀବନ ଚକ୍ର

1 min
162


       

କୁଆଁ କୁଆଁ ଶବ୍ଦେ

ଚାରି କାନ୍ଥ ମଧ୍ୟେ

ଏନ୍ତୁଡିଶାଳରେ ଅବା ହସପିଟାଲର

ଲେବର ରୁମରେ

ଜନ୍ମ ନିଏ ନିଷ୍ପାପ ନିଷ୍କଳଙ୍କ

ଶିଶୁ ଏକ ଧରିତ୍ରୀର ବକ୍ଷେ ।

 

ଟିକିଟିକି ହାତେ 

କାନ୍ଥ ବାଡ ଘେରା ଅଗଣା ମଧ୍ୟରେ

ଅବା ଧୂସର ଧୁଳି ମୟ ରାସ୍ତା କଡରେ

ଗଢି ଚାଲେ କଳ୍ପନାର ବାଲି ଘର ଏକ

ଅଜାଣତେ ଜୀବନର

ମୂଳଦୁଆ ରୂପେ ।

 

ଯୈାବନତ୍ୱ ପ୍ରାପ୍ତ ସାଥେ

ଟେବୁଲ ଚୈାକି ପୂର୍ଣ୍ଣ ଶିକ୍ଷାଳୟ ରେ

ଅବା ମାୟା ପୂର୍ଣ୍ଣ ସଂସାର ମଧ୍ୟରେ

ଦେଖି ଚାଲେ କେତେ ସୁନେଲି ସପନ

ଗଢିବାକୁ ଏକ ନୀଡ

ପ୍ରକୃତିର ପଥେ ।

 

ବାର୍ଦ୍ଧକ୍ୟର ଆଗମନେ

ରୋଗ ବଇରାଗର ପହରା ମଧ୍ୟରେ

ଅବା ଛିଣ୍ଡା କୋତରା ବିଛଣା ଉପରେ

ଚାତକ ପ୍ରାୟ ଚାହିଁ ରହିଥାଏ

ଆସନ୍ନ ମୃତ୍ୟୁକୁ କାରୁଣ୍ୟ ବଦନେ ।

 

ଜୀବନ ର ଚକ୍ର ଏତ ବୁଝି ପାରେନା 

ରକ୍ତ ମାଂସ ର ଗଢା ମଣିଷ ,

ଛାଇ ଆଲୁଅ ର ଖେଳ ମଧ୍ୟେ 

ଅବା ରାଗ ଦ୍ଵେଷ ର ମାୟା ଜାଲରେ 

ପାଗଳ ପ୍ରାୟ ମାତି ଚାଲେ 

ଜୀବନ ର ଦ୍ଵୀପ ଲିଭିଯାଏ ।

 


Rate this content
Log in

Similar oriya poem from Inspirational