Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR SAMIR KUMAR NANDA

Others

3  

DR SAMIR KUMAR NANDA

Others

ପରିବାର

ପରିବାର

1 min
219


ଧନ୍ୟ ହେ ବାଳ ମୁକୁନ୍ଦ

ଧନ୍ୟ ତୁମ କୁଳ ଗାରିମା,

ବର୍ଷାପାଲି ହେଲା ଧନ୍ୟ ତୁମ

ଲଭିଣ ତୁମରି ଗୌରବ ମହିମା  ।


ଶ୍ୟାମ କୁଞ୍ଜ ବନେ ରାସ ଆଗମନେ

ବଉଳିଲା ପୁଷ୍ପ ପଣ୍ଡା ଉପବନେ,

ରେଖା ଚନ୍ଦଭାନୁ ସଂଯୁକ୍ତାକୁ ନେଇ

ବିରାଜିଲେ ସ୍ମିତା ଏ ମର୍ତ୍ତ୍ୟ ଭୂବନେ ।


ଲକ୍ଷ୍ମୀ ପରି ରେଖା ସଂଯୁକ୍ତାଙ୍କ ସଖା

ଚନ୍ଦ୍ରଭାନୁ ଅଟେ ପଣ୍ଡା ମଉଡମଣି,

ସୁସ୍ମିତା ସତେ ରାଜନନ୍ଦିନୀ

ଭୋଗିଲେ ସାରା ଅଳକାପୁରୀ  ।


ରେଖା ଅଳ୍ପ ହସି ଦିଅନ୍ତି ଆଶ୍ଵାସି

ମନେ ତାଙ୍କ ନାହିଁ ଭେଦ ଭାବନା,

ସଂଜି ଅନ୍ନପୂର୍ଣ୍ଣା ସରଳ ନୟନା

ଦୁଃଖି ଦରିଦ୍ରଙ୍କ ପାଇଁ ଦୟାର ଝରଣା ।


ରେଖା ପ୍ରଦୀପ୍ତଙ୍କ କୋଳେ ସୁକୁମାର ଖେଳେ

ମନୀଷ ସଂଜୁର କୁଳନନ୍ଦନ,

ପୂଜାତ ଖେଳଇ ଚନ୍ଦା ମାମା କୋଳେ

ସ୍ମିତାଙ୍କୁ ତାରନ୍ତି ବଦ୍ରିନାରାୟଣ  ।


ରାସଶ୍ୟାମଙ୍କ କଥା କି ଅବା କହିବି

ଦୁହେଁ ଦୁହିଁଙ୍କ ଜୀବନ,

ସଦା ଚାଲୁଥାଏ ଦୁହିଁଙ୍କ କଳହ

ନଦେଖିଲେ କ୍ଷଣେ ଝରେ ଲୋତକ ଶ୍ରାବଣ   ।


ପଣ୍ଡା ପରିବାର ସୁଖି ପରିବାର

ନାହିଁ ତାଙ୍କ ନାମ ଦୁର୍ନାମ ,

ଧର୍ମ ସଂସାରର ସାଗର ତ ସେତ

ସତେ ଅବା ଲକ୍ଷ୍ମୀ ନାରାୟଣ   ।



Rate this content
Log in