Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR SAMIR KUMAR NANDA

Others

4  

DR SAMIR KUMAR NANDA

Others

ଅବସର ଭାବନା

ଅବସର ଭାବନା

1 min
244



ସାଥେ ବିତିଥିବା ପ୍ରତିଟି ମୂହୁର୍ତ ହେଉ ସଦା ସ୍ମରଣୀୟ,

ଯେ ସମୟ କଟିଛି ସାଥେ ବିତିଯାଉ ହୋଇ ବନ୍ଦନୀୟ ।

                                        ପ୍ରତିଟି ସ୍ମୃତିକୁ ତବ ରଖିବି ସାଇତି ମୁହିଁ ଜୀବନ ସାରା,

                                        ତୁମକୁ ସ୍ମରଣ କରିବା ମାତ୍ରକେ ବୋହିଯିବ ଅଶ୍ରୁଧାରା ।

ଅଜାଣତେ ଯଦି କରିଥିବି ମୁହିଁ କିଛି ଦୋଷ କିଛି ତ୍ରୁଟି,

କ୍ଷମା କରିଦେବ ବୋଲି କରୁଅଛି ବାରେ ମୁହିଁ ମିନତୀ ।

                                ହୃଦୟରୁ ଭୁଲି ସବୁ ଆବିଳତା କରିଦେବ ମୋତେ କ୍ଷମା,

                                ମନ ମନ୍ଦିରୁ କେବେ ହେଲେ ଫୋପାଡି ଦେବନି ଜମା ।

ଆପଣ ଥିଲେ ମୋ ପାଇଁ ସଦା ମଧୁର ବାଣୀ ର ଅଧିକାରୀ,

ସର୍ବଦା ବୋହି ପଡୁଥିଲା ମୁଖରୁ ହସ ଆଉ ଖୁସିର ଲହରୀ ।

                                ଜୀବନେ କେବେହେଲେ କରିବେନି ମୋ ପାଇଁ ଅଣଦେଖା,

                                ମୋତେ ସଦା ରଖିଥିବେ ହୃଦୟେ ଆହେ ଭାଇ ସମ ସଖା ।

ଆଜିର ଦିନରେ କରୁଅଛି ମୁହିଁ ଶୁଭ କାମନା ତୁମରି ,

ହସ ଖୁସି ସାଥିରେ ସୁଖ ଶାନ୍ତି ସର୍ବଦା ରହିଥାଉ ଜାରୀ ।

                                କୈାଣସି ଦୁଃଖ ଅବା ବିଶାଦ ନଛୁଉଁ ତୁମରି ତନୁକୁ,

                                ଜୀବନ ତବ ସଜ ଫୁଲ ପରି ସଦା ଖେଳି ମହକୁ ।

ତବ ଚରଣରେ ଲୋଟି ପଡୁଥାଉ ହସ ଖୁସି ଉଲ୍ଲାସ,

ଜୀବନ ସାରା ଲାଗି ରହିଥାଉ ସୁଖ ଶାନ୍ତି ର ପ୍ରଶ୍ୱାସ ।

                                ରାଜ କାର୍ଯ୍ୟରୁ ନେଉଛନ୍ତି ସିନା ଆଜି ସଦା ଅବସର,

                                ହୃଦୟରୁ କିନ୍ତୁ କେବେ କରିବେନି ମୋତେ ଅନାଦର ।

ନିତ୍ୟ ପ୍ରତିଦିନ ଦେଖୁଥିବି ରାହା ଆହେ ବିଦାୟୀ କମିଶନର,

ଯେବେ ଇଛା ହେବ ମିଶିବାକୁ ସାଥେ ଧାଇଁ ଆସିବ ସତ୍ୱର ।


Rate this content
Log in