STORYMIRROR

DR SAMIR KUMAR NANDA

Drama Classics

4  

DR SAMIR KUMAR NANDA

Drama Classics

ଶ୍ରୀ ଗଣେଷ

ଶ୍ରୀ ଗଣେଷ

1 min
228


ପାର୍ବତୀ ନନ୍ଦନ ଗଜବଦନ, ଲମ୍ବୋଦର ମହାଜତି

ସିଦ୍ଧି ବୁଦ୍ଧିଦାତା ସୁତ ଶଙ୍କର, ଦେବଗଣେ ଶ୍ରେଷ୍ଠ ଗଣପତି ।


ଭାଦ୍ରବ ମାସରେ ଦେବଦୁର୍ଗେ ହୁଏ, ଗଣେଷ ମେଳାର ପ୍ରାରମ୍ଭ

କଳିଙ୍ଗେ ପ୍ରସିଦ୍ଧି ବାନା ଉଡାଇଲେ, ଆମ କମିଟୀ ଆମ ଅଗ୍ରଦେବ ।


ଦେବ ଦର୍ଶନ ସଙ୍ଗେ ଖୋଲେ ଅନ୍ନଛତ୍ର, ମାଗଣା ମେଲୋଡି ଅପେରା

ମୀନା ବଜାରରେ ମଥୁରା କେକ, ମିଳେ ଚାଟ ଗୁପଚୁପ ଦହିବରା ।


ଆସ୍ତିକ ନାସ୍ତିକ ଘୁରନ୍ତି ସଭିଏଁ, ଆବାଳ ବୃଦ୍ଧ ବନିତା

କବି ସାହିତ୍ୟକ ଖୋଲନ୍ତି ପସରା, ପୋଲିସ ଭାଇଙ୍କ ସୁରକ୍ଷା ଚିନ୍ତା ।


ସାତଦିନକାଳ ଝଲସି ଉଠଇ, ନଗର ଆମ ବଧୂବେଶରେ

ଦୁନ୍ଦୁଭି କାହାଳୀ ବାଦ୍ୟ ଶଙ୍ଖନାଦେ, ଦୋହଲେ ସହର ବିସର୍ଜନରେ ।


ଆଜିର ଏହି ଗଣେଷ ମେଳାରେ, ଶୁଣିବା ହେଉହେ ଗଜାନନ

ଯୁଗେଯୁଗେ ନିର୍ବିଘ୍ନରେ ଚାଲିଥାଉ, ମେଳା କରି ବିଘ୍ନ ବିନାଶନ ।


ଜୟ ଗଜାନନ ପାର୍ବତୀ ନନ୍ଦନ, ଜୟ ଜୟ ବିଘ୍ନ ବିନାଶନ

ମାହାମାରୀ କୁ ଦମନ କରିଣ, କର ହେ ଜଗତ କଲ୍ୟାଣ 


ଶିଶୁଙ୍କ ଭବିଷ୍ୟ କରହେ ଉଜ୍ଜ୍ୱଳ, ବିଦ୍ୟାଦାତା ଭାଲଚନ୍ଦ୍ର

କରଯୋଡି ଆମ୍ଭେ କରୁଛୁ ଗୁହାରି, ଆହେ ବିଘ୍ନରାଜେନ୍ଦ୍ର ।



Rate this content
Log in

Similar oriya poem from Drama