ମୋ ଭାରତ ଭୁଇଁ
ମୋ ଭାରତ ଭୁଇଁ
କୁମାରୀକା ଠାରୁ କାଶ୍ମୀର ଯାଏ
ଶାନ୍ତି ମୈତ୍ରୀର ପ୍ରୀତିର ବାର୍ତ୍ତା ବହି,
ଗଙ୍ଗା ଯମୁନା ନର୍ମଦା କାବେରୀ
ଜନମ ଦାତ୍ରୀ ମୋ ଭାରତ ଭୁଇଁ ।
ଜନମ ଦାତ୍ରୀ ମୋ ଭାରତ ଭୁଇଁ ।
ବିଶ୍ୱେ ବ୍ରହ୍ମାଣ୍ଡେ ନାହିଁ ଆଉ କାହିଁ
ପବିତ୍ର ଆମ ଦେଶ ଅଦ୍ୱିତୀୟ.
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ
ଆମେ ପରା ସର୍ବେ ଭାରତୀୟ ।
ଆମେ ପରା ସର୍ବେ ଭାରତୀୟ ।
ଉଡଇ ଆଜି ଆମରି ତ୍ରିରଙ୍ଗା
ଗଗନେ ପବନେ ଫରଫର,
ଛାତିକୁ ଫୁଲାଇ ବାର୍ତ୍ତା ଦେଉଛି
ଆମ ସ୍ୱାଧୀନ ଭାରତ ବର୍ଷର ।
ଆମ ସ୍ୱାଧୀନ ଭାରତ ବର୍ଷର ।
ଆଜିର ଦିନକୁ ପାଇବା ପାଇଁକି
କେତେ ଯେ ପ୍ରାଣ ଯାଇଛିଲୋଟି,
ବିଶ୍ୱ ଦରବାରେ ରଖି ଚାଲିଗଲେ
ଆମରି ଦେଶର ସୁନ୍ଦର ନାଆଁଟି ।
ଆମରି ଦେଶର ସୁନ୍ଦର ନାଆଁଟି ।
ପ୍ରଣାମ କରୁଛୁ ହେ ମହାପୁରୁଷ
ତୁମରି ଜୀବନ ବଳିଦାନେ,
ସଂଗ୍ରାମୀ ତୁମେ ସ୍ୱାଧିନ ଦେଇଛ
ଆଜି ସ୍ମରଣ କରୁଛୁ ଆମେ ।
ଆଜି ସ୍ମରଣ କରୁଛୁ ଆମେ ।
ଆମରି ଦେଶର ସବୁ ସନ୍ତାନ
ଯିଏ ବା ଯେଉଁଠି ଥାଅ ଖୁସିରେ,
ଦେଶ ମାତୃକାର ମଙ୍ଗଳ ଗାନ
କରିବା ଅମୃତ ମହୋତ୍ସବରେ ।
କରିବା ଅମୃତ ମହୋତ୍ସବରେ
ହିନ୍ଦୁ ମୁସଲିମ ଶିଖ ଇଶାହୀ
ସବୁ ଆମେରେ ଭାଇ ଭାଇ
ଆସ ସର୍ବେ ଆଜି ବନ୍ଦନା କରିବା
ଜୟ ମୋ ଭାରତ ଭୁଇଁ ।
ଜୟ ମୋ ଭାରତ ଭୁଇଁ ।
