Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR SAMIR KUMAR NANDA

Drama Fantasy

4.0  

DR SAMIR KUMAR NANDA

Drama Fantasy

ରେଳଗାଡି

ରେଳଗାଡି

1 min
223


ଛୁକ ଛୁକ ଛୁକ ରେଳଗାଡିଟି

ଯାଉତ ଅଛି ଗଡି

ମଝିରେ ମଝିରେ ହର୍ଣ୍ଣ ବଜାଇ

ଦେଉତ ଅଛି ରଡି ।


ଶୀତ ରାତିରେ ରାତି ଅଧରେ

କରୁତ ଅଛି ଯାତ୍ରା

ଗର୍ଭେ ତାହାର ସହସ୍ର ଯାତ୍ରୀ

ସଭିଙ୍କ ତାଠି ଚିନ୍ତା ।


ଗେରୁଆ ବାବା ଦୁଇଟି ବସି

ଢୁଳଉଛନ୍ତି ମଜାରେ

ବବ କଟା ସ୍ତ୍ରୀ ଲୋକଟି

କେତେ ଫୁଟାଣି ମାରେ ।


ଆମ୍ବ କଷିଆ ଅଦା ମିଶାଇ

ଚଣା ବାଲାଟି ରଡି ଛାଡେ

ଟି. ଟି. ଆଇ ବୁଢା

ଚଷମା ଭିତରୁ ଲୋକଙ୍କୁ ଉଙ୍କି ମାରେ ।


ଥକା ମନ ଚାଲ ଯିବା କହି

ମାଗଇ ଅନ୍ଧ ଭିକ୍ଷା

ପଛେ ତାହାର ଅନ୍ଧୁଣୀ ବୁଢୀ

ଜଣେ ଜଣକୁ ସାହା । 


ଷ୍ଟେସନ ବାଲା ମାଇକ ବଜାଇ

କୁହନ୍ତି ଗାଡି ଅଛିତ ଡେରୀ

ପାସେଞ୍ଜର ଅଣ୍ଟା ସଳଖି

ବସିବା ବେଳେ ଗାଡି ଆସଇ ମାଡି   ।


କିଏ କାହାର ସିଟ୍ ନଛାଡି

କରଇ ପୁଣି ଝଗଡା

ଜିନ ପିନ୍ଧା ପୁଅଟି

ମୋବାଇଲ ଧରି ଚାଟିଂ କରଇ ପରା  ।


ଯାତ୍ରୀ ଗୋଟିକୁ ଲକ୍ଷ୍ୟ ଗୋଟିଏ

ନାହିଁ ତ କାହାର ମେଳ

ସଭିଙ୍କୁ ଖୁସି କରିବ ବୋଲି

ଧାଏଁ ତ ଗାଡି ରେଳ  ।



Rate this content
Log in

Similar oriya poem from Drama