STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ନୀଳାଦ୍ରି ବିଜେ

ନୀଳାଦ୍ରି ବିଜେ

1 min
176

କାଳିଆ ସାଆନ୍ତ ମୋର ଆସୁଛନ୍ତି ଫେରି

କଥା ଦେଇ ଚାଲିଗଲ କଲ କାହିଁ ଡେରି 

କାଳିଆ ସାଆନ୍ତ ମୋର.....


ବଡ଼ ଦେଉଳକୁ ଛାଡି ଚାଲିଗଲ

ଗୁନ୍ଦିଚା ମନ୍ଦିରେ ଯାଇ ତ ରହିଲ

ଭକତ ଭାବରେ ତୁମେ ଯାଇଥିଲ

ଭାଇ ଭଉଣୀଙ୍କୁ ସାଥେ ନେଇ ଥିଲ

  

ନଅ ଦିନେ ଆସିଅଛ ତୁମେ ଲୀଳା ସାରି

କାଳିଆ ସାଆନ୍ତ ମୋର....


ରତ୍ନ ସିଂହାସନକୁ ଶୂନ୍ୟ କରିଗଲ

ତୁମ ଲକ୍ଷ୍ମୀକୁ କାହିଁ ପର କରିଦେଲ

ନନ୍ଦିଘୋଷ ରଥ ଚଢି ତୁମେଯାଇଥିଲ

ଲକ୍ଷ୍ମୀର କଥାକୁ ତୁମେ ପାସୋରି କି ଦେଲ

ଏମିତି ଛଳିଆ ତୁମେ ଗଲ ଛଳ କରି

କାଳିଆ ସାଆନ୍ତ ମୋର.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational