Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Inspirational

3.6  

Lokanath Rath

Inspirational

ଅଜଣା ସମ୍ପର୍କ - ମଣିଷପଣିଆ

ଅଜଣା ସମ୍ପର୍କ - ମଣିଷପଣିଆ

1 min
127


ଭୁଲିବାକୁ ଚେଷ୍ଟା କଲେ ବି ଭୁଲି ତ ହୁଏନା 

 ଅତୀତକୁ ଫେରି ଏବେ ଖାଲି ମୁଁ ଖୋଜୁଛି  

ସ୍ମୃତିର ସବୁ ଫର୍ଦକୁ ତନ୍ନ ତନ୍ନ କରି ଦେଖୁଛି 

 ସମ୍ପର୍କର ନୂଆ ମୁହଁକୁ ଅଜଣା ସମ୍ପର୍କ କହୁଛି |


ନୁହେଁ ସିଏ ମୋର କେହି ନିଜର ଅତି ଆପଣାର 

 ନୁହେଁ ଦୂର ସମ୍ପର୍କୀୟ ଦୂରରୁ ଜଣା କେହି  

ନୁହେଁ କେହି ପରିଚିତ ଆକସ୍ମିକ ଅତିଥି ଅବା ପଡିଶା 

 କିନ୍ତୁ ମନରେ ରହିଛି ଅଜଣା ସମ୍ପର୍କ ସେହି |


କଥା ଅଟେ କିଛି କ୍ଷଣର ବିନା ସ୍ୱାର୍ଥରେ ସିଏ 

 ସାଥୀ ହେଲା ଥିଲା ଖାଲି ନିମିଷେକ ଖାଲି  

ହୃଦୟରେ ଦୃଢ଼ତା ଭରିଲା ଏହି ସ୍ୱାର୍ଥପର ନିଷ୍ଠୁର ଦୁନିଆରେ 

 ଆମ ଅଜଣା ସମ୍ପର୍କ ଏବେ ବନ୍ଦନାର ପାତ୍ର |


ସେହି ସବୁ ବିପଦ ଆଉ ଆଶଙ୍କାର ସମୁଦ୍ର ମଧ୍ୟରେ 

 ଯେବେ ଉବୁ ଟୁବୁ ହୋଇ ଯାଉଥିଲି ବୁଡି  

ମୋର ବଞ୍ଚିବାର ଆଶା ଆକାଂକ୍ଷାର ନୌକାକୁ ଥଳ ଦେଖାଇଲା 

 ଭରସା ଦେଲା ସେହି ଅଜଣା ସମ୍ପର୍କର ରଡି |


ବୁଝି ଥିଲା ସିଏ ସତେ ମଣିଷପଣିଆର ପ୍ରକୃତ ଅର୍ଥ 

 ହାତ ଧରି ଟାଣି ଆଣି ଠିଆ କରାଇଲା  

ସେହି ଅନ୍ଧାରୁଆ ଖାଇରେ କାହାର ଧକ୍କାରେ ପଡିଲା ବେଳେ 

 ପରିଚୟ ନଦେଇ ଅଜଣା ସମ୍ପର୍କର ବ୍ୟକ୍ତି ଚାଲିଗଲା |


ଏବେ ତାର ରୂପ ଆଉ ସେହି ସ୍ୱଳ୍ପ ବଚନ 

 ରହିଛି ଲୁଚି ଏହି ମନର ସ୍ମୃତିରେ ମୋର  

ଆଶ୍ଚର୍ଯ୍ୟ ଲାଗୁଛି ଭାବି ସମ୍ପର୍କର ନୂଆ ମୁହଁ କଥା 

 ମଣିଷପଣିଆ ନାମ ଦେଇଛି ସେହି ଅଜଣା ସମ୍ପର୍କର |


ଦିଏ ନାହିଁ କେବେ କିଛି ସମ୍ପର୍କର ଦ୍ୱାହି ସିଏ 

 ମାଗେ ନାହିଁ କିଛି ଅଧିକାର ସ୍ୱାର୍ଥପର ହୋଇ  

ଲୁଚିଛି ଏହି ସମ୍ପର୍କର ନୂଆ ମୁହଁ ମଣିଷପଣିଆ ଏବେ 

 ରହିଛି ଏକ ଅଜଣା ସମ୍ପର୍କ ରୂପ ନେଇ |


ଭାବି ଭାବି ଏହି କଥା ମନ ହୁଏ ବ୍ୟାକୁଳ 

 ମଣିଷପଣିଆକୁ ଦୁନିଆରେ ଏବେ ପ୍ରତିଷ୍ଠିତ କରିବା ପାଇଁ  

ସୁନ୍ଦର ସମାଜ ହେବ ଏହି ଅଜଣା ସମ୍ପର୍କ ପାଇ 

 ଲୁପ୍ତ ନୁହେଁ ଲୁକ୍କାୟିତ ଯାହା ଦୁନିଆ ପାଇଁ |



Rate this content
Log in

Similar oriya poem from Inspirational