Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Inspirational

3  

Smitarani Barik

Inspirational

ସମର୍ପଣ_ଧାରା_ରେ_ଧର୍ମପତ୍ନୀ

ସମର୍ପଣ_ଧାରା_ରେ_ଧର୍ମପତ୍ନୀ

1 min
184



ସାତ କଳସକୁ ଆଠ ଦୀପ ସାକ୍ଷୀ 

   ଦଶ ଦିଗପାଳ ବରଣ 

ଦଶ ଦୋଷ ଯେତେ କ୍ଷମା କରିପୁଣି  

   କଲି ଯା ପାଣି ଗ୍ରହଣ 

ଧର୍ମପତ୍ନୀ ରୂପେ ସହଧର୍ମିଣୀ ସେ 

   ଗୃହ ଲକ୍ଷ୍ମୀ ଅର୍ଦ୍ଧାଙ୍ଗୀନୀ  

 ସୁଖରେ ଦୁଃଖରେ ସହ ଭାଗୀତାରେ

    ସେ ହୁଏ ଅଙ୍କଶାୟିନୀ  

     

ବିଶ୍ୱାସ ଭରସା ସାହସ ଯୋଗାଇ

   ଦୂରେ ଯେ' ସକଳ ବ୍ୟଥା

ଧର୍ମପତ୍ନୀ ପରା ଅଟଇ ତ' ସିଏ

   ଏକଥା ନୁହେଁ ଅନ୍ୟଥା 

ଅର୍ଦ୍ଧାଙ୍ଗିନୀ ସାଜି ସଜାଏ ଜୀବନ

    ନ ରଖି ଛନ୍ଦ କପଟ

ସାତ ଜନମର ସାଥିଟିଏ ହୋଇ

   ଚାଲେ ଏ ସଂସାର ବାଟ      


ଅଗ୍ନି ସାକ୍ଷୀ ଥାଇ ଧରିଛି ହାତ 

ଜୀବନ ସାଥୀ ସେ ମାନ-ମହତ 

କରମେ ଧରମେ ସେ ଏକା ସାଥି 

ତେଣୁ ବୋଲାଏ ସେ ଧରମପତ୍ନୀ 

ଓଷା ବ୍ରତ ଫଳ ସ୍ବାମୀକୁ ଦେଇ 

ଧରମର ପଥେ ଠିଆ କରଇ 

ଅର୍ଦ୍ଧାଙ୍ଗିନୀ ସିଏ ଏହି ଜନ୍ମର 

ସାତ ଜନ୍ମ ଯାଏଁ ସାଥି ଆମର 

       

ଧର୍ମ କାର୍ଯ୍ୟ କରେ ସାଥେ 

ବୋଲାଇ ସହଧର୍ମିଣୀ

ଗୃହ କାର୍ଯ୍ୟ କରେ ନିତ୍ୟ 

ନାମ ତାହାର ଘରଣୀ  

ଅର୍ଦ୍ଧ ଅଙ୍ଗ ପ୍ରାୟ ସେହୁ

ନାମ ତାର ଅର୍ଦ୍ଧାଙ୍ଗିନୀ 

ବଂଶଜ୍ବଳେ କୂଳବଧୂ 

ଗୃହର କର୍ମେ ଗୃହିଣୀ

    

ଧରମ ଧାରାରେ ଧନ ଏ ଧରରେ

    ଧରିତ୍ରୀ ପରାଏ ଜଣେ

ଧର୍ଯ୍ଯ ସହକାରେ ଭାରକୁ ଆବୋରେ

  ଧନ୍ଯ ଧର୍ମପତ୍ନୀ ପଣେ

ଧାବମାନ କେବେ ଧିରସ୍ଥିର ଭବେ

    ଧିମାଏ ନାହିଁ ଧାରଣା

ଧନ ନୁହେଁ ବଳ ଧରମ ସକଳ

    ଧନ୍ୟ ବିହିଙ୍କ ଭିଆଣା

       

ସମ୍ପର୍କ ଅମର ଯୁଗ ଯୁଗାନ୍ତର

  ଯୋଡ଼ି ରାମ ସୀତାଙ୍କର 

ଧୃତରାଷ୍ଟ୍ର ସହଧର୍ମିଣୀ ଗାନ୍ଧାରୀ

   ମୁକସାକ୍ଷୀ ଯେ ଦ୍ବାପର 

ସୁଖରେ ଦୁଃଖରେ ସମ ଭାଗିଦାରୀ

    ନଥିଲା ହେ ଅହଙ୍କାର 

ଧର୍ମପତ୍ନୀ ଯଦି ମିଳେ ଗୁଣମତୀ

    ଘର ହେବ ସ୍ବର୍ଗପୁର 

       

ଦଶ ଦିଗପାଳ ସାଥେ ଅଗ୍ନି ସାକ୍ଷୀ

   ଦଶ ଦୋଷ କ୍ଷମା ବିଧି 

ଜନ୍ମ ଜନ୍ମାନ୍ତର ସାଥି ହୁଏ ପୁଣି

     ତ୍ୟାଗଇ ଆପଣା ନିଧି

ମାଟି ବେଦୀ ପରେ ସାତଟି କଳସୀ

     ବ୍ରାହ୍ମଣ ପଢ଼ଇ ମନ୍ତ୍ର

ନୂତନ ଜୀବନ ପ୍ରାରମ୍ଭ ନିମନ୍ତେ

    ଅଟେ ଏ ବିଧି ସ୍ବତନ୍ତ୍ର

        

ସଂସାର ଗାଡିକୁ ଆଗକୁ ନେବାକୁ

   ସାଥୀ ହୋଇ ଯିଏ ଆସେ

ସୁଖରେ ଦୁଃଖରେ ବିପଦେ ଆପଦେ

    ସଦା ରହେ ଯିଏ ପାଶେ

ଆଜୀବନ ଯିଏ ଦେବତା ବୋଲିକା

    ସ୍ବାମୀକୁ ହୃଦୟୁ ପୂଜେ

 ମମତା ବରଷି ସ୍ନେହକୁ ପରଷି

    ସ୍ବାମୀର ମନକୁ ବୁଝେ

ଧର୍ମପଥେ ପଥ ପ୍ରଦର୍ଶିକା ହୋଇ

    ମଙ୍ଗଳ ପାଞ୍ଚଇ ନିତି 

ଧର୍ମ ସାଥେ ଥାଏ ବୋଲି ଧର୍ମପତ୍ନୀ 

    ଆଜୀବନ ରଖେ ପ୍ରୀତି ।

        


Rate this content
Log in

Similar oriya poem from Inspirational