Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Jena

Inspirational Others

3  

Pranati Jena

Inspirational Others

ଅଭୁଲା ମୁହୂର୍ତ୍ତର ସ୍ତୁତି.

ଅଭୁଲା ମୁହୂର୍ତ୍ତର ସ୍ତୁତି.

1 min
166



ଆଦ୍ୟାଶକ୍ତି ମହାଶକ୍ତି ପରମା କଲ୍ୟାଣୀ

ସର୍ବଜ୍ଞା,ବୁଦ୍ଧିପ୍ରଦା ହେ ଅଚିନ୍ତ୍ୟରୂପିଣୀ,

ଆଶ୍ରୟ ଦାୟିନୀ ଗୁଣତ୍ରୟ ବିମଣ୍ଡିନି

ମହାବିଦ୍ୟା ଭଗବତୀ ଭବାବ୍ଧି ତାରିଣୀ ।


ଭଗବତୀ ଆଦ୍ୟା ଅଟ ନଗରାଜ ଜେମା

ଦେବତା ଙ୍କୁ ଅଲଭ୍ୟ ମା 'ଭାବ ପ୍ରିୟତମା,

ସ୍ୱକର୍ମାର୍ଜିତ ଦୁଃଖ ଭୋଗେ ଏ ନରକାୟା

ଅନ୍ତରଯାମିନୀ ସତେ କରିବ ସୁଦୟା ।


ତୁମେ ବୁଦ୍ଧି, ଶକ୍ତି, କାନ୍ତି,ଲକ୍ଷ୍ମୀ, କ୍ଷମା,ଶାନ୍ତି

ଶ୍ରଦ୍ଧା, ମେଧା, ସୁବିଦ୍ୟା,ଗାୟତ୍ରୀ, ଧୃତି, ସ୍ମୃତି,

ତ୍ରିଭୁବନେ ଇଚ୍ଛା ଦୟାରୂପେ ଅବସ୍ଥିତି,

ସର୍ବଦା ଚିନ୍ତଇ ମା 'ଶ୍ରୀପଦ ମହାଶକ୍ତି ।


ହୃଦପଦ୍ମେ ମା'ଗୋ ବସି ଦିଅ କାବ୍ୟଶକ୍ତି

ନବପଞ୍ଚ ପୁର ଆଦ୍ୟାଦେବୀ ପରାଶକ୍ତି,

ରସୁ ମୋ ହୃଦ ମାନସ ତଵ ଶ୍ରୀ ମୂରତୀ

ଅନନ୍ତ ବୀର୍ଯ୍ୟଶାଳିନୀ ମା'ଗୋତୁମ ଶକ୍ତି ।


ଅଚଳା ଭାବ,ମା 'ତଵ ହେଉ ସୁମରଣ

ଦେବୀ ଭଗବତୀ ମାଲୋ ସଦା ତୋ ଶରଣ,

ଉପେକ୍ଷା ନ କର ମା'ଗୋ କାତର କଷଣ

ଜାଣେ ତୋ ଅନ୍ତଃକରଣ କରୁଣାରେ ପୂର୍ଣ୍ଣ ।


ସମସ୍ତ କାରଣର ମା କାରଣ ରୂପିଣୀ

ଦେବ, ଦେବୀଙ୍କର ମାଲୋ ଅଟୁ ତ ଜନନୀ,

ସକଳ ମଙ୍ଗଳମୟୀ ମା'ଲୋ ନାରାୟଣୀ

ଏ ଜଞ୍ଜାଳ ଜାଲଗୃହେ ଚିନ୍ତୁଛି ନ ରମି ।


ତ୍ରିତାପହାରିଣୀ ମାଆ ତ୍ରିଶକ୍ତିରୂପିଣୀ

ତ୍ରିବେଣୀ ସ୍ୱରୂପା ମାଆ ତ୍ରିପାପନାଶିନୀ,

ତ୍ରିକାଳରେ ସ୍ମରଣେ ମା 'ତ୍ରିକାଳ ଦର୍ଶିନୀ

ତ୍ରିଅଇରୀ ବିନାଶିନି ତ୍ର୍ୟମ୍ବକ ଘରଣୀ ।


ତୋ ସେବା ବିନା ଧିକ ଏ ମାନବର ଶ୍ରମ 

କେଉଁ ପାପ ଫଳେ ଭୋଗେ ଯନ୍ତ୍ରଣା ବିଷମ,

ମିଛ ଏ ସଂସାର ମାୟା ମାୟାରେ ଉତ୍ତମ

ମୋହ ପଙ୍କେ ଭୁଲିଅଛି ଅଧମ ତୋ ନାମ ।


ବିଷୟାରସରେ ମଜ୍ଜି ତୋତେ କି ପାଇବି

ବିଷରୁ ବିଷମ ମୋହ ସତେ ତୁଟାଇବି,

ଅନୁଗ୍ରହ ହେବ ଅଧମ କି,ଜଣାଇବି

ଇଚ୍ଛାମୟୀ ମା'ମୋର ଯାହା ତୋ' ଇଚ୍ଛା ଭାବି ।


Rate this content
Log in

Similar oriya poem from Inspirational