STORYMIRROR

Jyotsnarani Panda

Inspirational

3  

Jyotsnarani Panda

Inspirational

ଓମିକ୍ରନ୍

ଓମିକ୍ରନ୍

1 min
224

ସମସ୍ୟା ତ କେବେ କରୋନା ରୂପରେ 

 କେବେ ଓମିକ୍ରନ୍ ରୂପେ 

ବେଶ ଵଦଳାଏ ଡରାଣ ଦେଖାଏ 

 ଶକ୍ତି ସାମର୍ଥ୍ୟକୁ ମାପେ ।। 


ସମସ୍ୟା ସହିତ ସାଲିସ୍ କରିବା 

 ଅବା ମୁକାବିଲା କରି 

ପରିସ୍ଥିତି ଚାପେ ପଛଘୁଞ୍ଚା ଦେଇ 

 କେବେ ଯିବା ନାହିଁ ହାରି ।। 


ଓମିକ୍ରନ୍ ଏକ ଡେଲଟା ଭୂତାଣୁ 

 କରୋନାଠୁ କ୍ଷୀପ୍ରତର 

ଚିକିତ୍ସକମାନେ ଯାହା କହୁଛନ୍ତି 

 ନୁହେଁ ସେତେ ଗୁରୁତର ।। 


ଦ୍ରୁତଵେଗରେ ଏ ସଂକ୍ରମିତ କରେ 

  ଜଣଙ୍କଠୁ ଅନ୍ୟଜଣେ 

ଥଣ୍ଡା ଜ୍ୱର କାଶ ଦେଖି ଅଣଦେଖା 

  କରନାହିଁ ହେଳାପଣେ ।। 


ତୁରନ୍ତ ଡାକ୍ତର ପରାମର୍ଶ କରି 

  ଖାଅ ପଥି ଔଷଧକୁ 

ମୁଖା ପିନ୍ଧି ସଦା ସତର୍କେ ମାନିବ 

 ସାମାଜିକ ଦୂରତାକୁ ।। 


ବିନା କାରଣରେ ପଦାକୁ ଯାଅନି 

 ଗହଳିଠୁ କୋଶେ ଦୂର 

ସରକାରଙ୍କର କଟକଣା ମାନି 

 ଜୀବନ କର ମଧୁର ।। 


ସମସ୍ୟାଟା ଯେତେ ହେଉବା ଗମ୍ଭୀର 

 ଆତ୍ମଵଳ ଦୃଢ଼ କର 

ସୁଚିନ୍ତିତ ପନ୍ଥା ଆପଣେଇନେଲେ 

  ଉପୁଡିଯିବ ତା' ଚେର ।। 


ଉଷୁମପାଣିକୁ ପିଉଥିବା ନିତି 

  ସୁଷମ ଖାଦ୍ୟ ଖାଇଵା 

ଯୋଗ ପ୍ରାଣାୟାମ କରି ସୂର୍ଯ୍ୟାଲୋକ 

  ଶରୀରରେ ଭେଦେଇବା ।। 


ସର୍ଵେ ମିଳିମିଶି ମୁକାବିଲା କଲେ 

  ଜାତୀୟ ବିପତ୍ତି ଦୂର 

ମହାମାରୀର ସେ ମହା ଆତଙ୍କରୁ 

 ଧରା ହୋଇବ ଉଦ୍ଧାର ।।


ସମୟ ସ୍ରୋତରେ ସମସ୍ୟା ବି ଦିନେ 

  ଭାସି ଭାସି ଡୁବି ଯିବ 

ଶହ ଶହ ଶିକ୍ଷା ବଞ୍ଚିବାର ଦୀକ୍ଷା 

  ଶିଖେଇଦେଇ ସେ ଯିଵ ।। 


ହେ ବିଶ୍ଵନିୟନ୍ତା ନିଷ୍ଠୁର ହୁଅନି 

 ବିଶ୍ଵ ବିପର୍ଯ୍ୟୟ ଦେଖି 

ଦୁଃଖି ହାହାକାର କ୍ରନ୍ଦନ ଚିତ୍କାର 

 ରୋକିଦିଅ ଚକାଆଖି ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational