STORYMIRROR

Bijoy Jena

Inspirational

3  

Bijoy Jena

Inspirational

ସ୍ଵାମୀ ବିବେକାନନ୍ଦ

ସ୍ଵାମୀ ବିବେକାନନ୍ଦ

1 min
166


ଭାରତ ମାତାର କୋଳ ଅଟେ ମୋର

  ବାଳୁତ କାଳର ସାଥୀ

ଅବା ଉପବନ ମୋର ଯଉବନେ

  ବାର୍ଦ୍ଧକ୍ୟରେ ବାରଣାସୀ।


ଭାରତର ଆତ୍ମା  ଜାଗି ଉଠୁ ନିତି

  ନିଷ୍ପେସିତ କୁଡ଼ିଆରୁ

ଖଟିଖିଆ ଆଉ ଦିନମଜୁରିଆ

  ଚାଷୀର ଚାଷ କ୍ଷେତରୁ।


ମାନବ ସେବା ଯେ ମାଧବର ସେବା

   ସର୍ବସ୍ଥାନେ ନାରାୟଣ

ଏ ଦମ୍ଭିଲା ବାଣୀ ଦିନେ ଶୁଭୁଥିଲା

 କୋଣ କୋଣ ପ୍ରତି କୋଣ।


ସନାତନ ଧର୍ମ  ଗ୍ଲାନି ସମୟରେ

  ସଂକଟୁ କଲ ଉଦ୍ଧାର

ବିଦେଶରେ ଯିଏ ଧର୍ମର ଧ୍ୱଜାକୁ

  ଉଡାଇ ରଖିଲେ ଗୀର।


ଶ୍ରୀରାମକୃଷ୍ଣଙ୍କ  ପ୍ରିୟ ନରେନରୁ

  ହେଲେ ସେ ବିବେକାନନ୍ଦ

ତାଙ୍କରି ଜନମ  ଦିବସରେ ଆଜି

  ମନରେ ଭରେ ଆନନ୍ଦ।


ସ୍ୱଳ୍ପ ଆୟୁଷରେ  ବହୁ କର୍ମ କରି

   ରଖିଲେ ଅଖଣ୍ଡ କୀର୍ତ୍ତି

ଗୁରୁଦେବଙ୍କର ପ୍ରତିଟି ବାଣୀକୁ

   ସରଞ୍ଚିଲେ ଦିବାରାତି।


ଭାରତ ମାଆର ସୁଯୋଗ୍ୟ ସନ୍ତାନ

  ହେ ଅଖଣ୍ଡ ବ୍ରହ୍ମଚାରୀ

ଜଗତକୁ ଦେଇ  ଏଇ ମହାଶିକ୍ଷା 

   ସଭିଏଁ ହୁଅନ୍ତି ଝୁରି।


ପଦବ୍ରଜ ତୁମ  ପଡିଛି ସର୍ବତ୍ର

  ଆକୁମାରୀ ହିମାଚଳ

ଏଇ ଭାରତର  ତରୁଣ ସମାଜ

  ଆଧ୍ୟାମିକ ବଳେ ଚଳ।


ତୁମ ଜନ୍ମଦିନ  ଯୁବା ଦିବସରେ

   ହେଉଛି ଏଠି ପାଳନ

ପୂଜନୀୟ ସ୍ୱାମୀ  ଶୁଭାଶିଷ ଢାଳି

  ଶୃଙ୍ଖଳ କର ଜୀଵନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational