STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ପ୍ରତିଶୋଧ

ପ୍ରତିଶୋଧ

1 min
140

ପ୍ରତିଶୋଧ ଅଟେ ଏକ ଅହଙ୍କାର 

ଈର୍ଷା ରାଗ ଦ୍ୱେଷ ରେ ଭରପୁର 

ବ୍ୟକ୍ତି ବିଶେଷ ବୁଝେନା ମଣିଷ ଛାର 

ଅଢେଇ ଦିନ ଖେଳରେ ଖାଲି ଛାରଖାର 

ପ୍ରତିଶୋଧ ଏକ ଆଚରଣ ଵିଧି 

ସମ୍ପୃକ୍ତିର କେହି ପାଏନା ସିଦ୍ଧି 

ସାମଗ୍ରିକ ସୃଜନୀ ସତ୍ତା ହରାଇ ସେ ବ୍ୟକ୍ତି 

ନିନ୍ଦିତ ଅପମାନିତ ହୋଇ ନିଜ ଗାତେ ନିଜେ ପଡନ୍ତି 

ମଣିଷର କେତେ ଭଲଗୁଣ 

ସହନଶୀଳତା ଧୈର୍ଯ୍ୟ ମାନବୀୟ ଗୁଣ 

ଛାଡି ହେଲେ ପ୍ରତିଶୋଧ ପରାୟଣ 

କେବେ ବି ନାହିଁ ବିଜୟ ଅଛି ଖାଲି ସର୍ବସ୍ୱାନ୍ତ ଅପଚୟ 

ହେ ମଣିଷ କରନା ଅହଙ୍କାର କାରେ 

ବରଂ ଚି଼ହ୍ନ ପ୍ରାରବ୍ଧ କର୍ମରେ 

ଆଉ ବିଶ୍ଵନିୟନ୍ତା ଇଛାରେ 

ଚାଲିବାକୁ ଏ ବିଶ୍ୱରେ ପରସ୍ପର ଭାଇ ବନ୍ଧୁ ସହୋଦରେ 

ମରିଗଲା ପରେ ଅନ୍ତତଃ ଜୀଇଁ ଯିବାକୁ 

ପରପିଢ଼ି ହୃଦୟ ଭିତରେ 

ଅହଙ୍କାର ପରି ତାମସିକ ଗୁଣ ପରିହାରେ 

ସୁଜ୍ଞାନୀ ପଣ୍ଡିତ ନିଶ୍ଚୟ କହିବେ ଧ୍ୱଂସ ହେବ ସିଏ 

ଅହଂକାର କରେ ନିଜ ଆଚରଣ ଉଚ୍ଚାରଣେ ଯିଏ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational