STORYMIRROR

Antaryami Sahu

Inspirational

3  

Antaryami Sahu

Inspirational

ପ୍ରେମ

ପ୍ରେମ

1 min
233



ଧିରେ ଧିରେ ଶୁଣ ଏ ପ୍ରେମର ଚରିତ

ଅଶେଷ ସାଧନା ସାଧ୍ୟୁ ଅଟେ ମହତ ।


ସମସ୍ତ ଅର୍ଥରୁ ଉର୍ଦ୍ଧ୍ଵେ ଅଟଇ ପ୍ରେମ,

ହରିଙ୍କୁ ବନ୍ଧନ ଉପାୟ ପରିଣାମ ।


ପ୍ରେମ ଅଦ୍ଵୈତ ବଶୀକରଣର ମନ୍ତ୍ର,

ହରିଜନେ ଲଭେ ହରି କୃପା ସ୍ୱତନ୍ତ୍ର ।


ବିଚିତ୍ର ପରମାନନ୍ଦ ମାଧୁର୍ଯ୍ୟ ଭରା,

ଅବ୍ୟକ୍ତ ଅଟେ ପ୍ରେମ ବାକ୍ୟ ବାଚ୍ଯ ଦ୍ୱାରା ।


ପ୍ରେମର ସ୍ଵରୂପ ଅଟେ ପଦାର୍ଥ ସମ,

ଚିତୋବୃତିରେ ହିଁ ବିଶେଷ ପରିଣାମ ।


ନିଜ ସ୍ଵାର୍ଥ ପୁରଣେ ଅନ୍ୟେ ସ୍ନେହ କଲେ,

ଆସକ୍ତି ବୋଲିଣ ଜ୍ଞାନୀଜନେ ଭାଷିଲେ I


ଶ୍ରେଷ୍ଠରୁ ଶ୍ରେଷ୍ଠତର ବିଶୁଦ୍ଧ ସାଧନ,

ପ୍ରେମର ମାହାତ୍ମ୍ୟ ଅଟେ ଅନିର୍ବଚନ ।


ପ୍ରେମହିଁ ସର୍ବ ସାଧନା ପରମ ମୁଲ,

ହରି ଉପାସନାର ଏହା ମୁଖ୍ୟ ଫଳ ।


Rate this content
Log in

Similar oriya poem from Inspirational