Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Inspirational

3  

Lokanath Rath

Inspirational

ଜୀବନର କେତେ ରଙ୍ଗ

ଜୀବନର କେତେ ରଙ୍ଗ

1 min
168


ଏହି ଜୀବନର କେତେ ରଙ୍ଗ 

 ସବୁ ତ କେବେ ବାରି ହୁଏନା  

କିଛି ରଙ୍ଗ ଲିଭିଯାଏ ଲାଗେ 

 କିନ୍ତୁ ତାର ଛାପ ଧରା ପଡ଼େନା |


କିଏ କହେ ଖେଳ ବୋଲି 

 କିଏ ପୁଣି ତାକୁ ଧରି ପାରେନା  

ତଥାପି ଜୀବନର କେତେ ରଙ୍ଗ 

 ହୁଏ ଦୁନିଆ ପାଇଁ ଏକ ଆଇନା |


ଜୀବନ ଦେଇଛି ଯିଏ ସିଏ 

 କେବେ ଜୀବନରେ କିଛି ରଙ୍ଗ ଭରେନା  

ଖାଲି ଆଖି ଖୋଲି ଦେଖୁଥାଏ 

 ଯାହା ଆଉ କେହି ଦେଖି ପାରେନା |


କେବେ କେବେ ମନ କହେ 

 ଅବୁଝା ସିଏ କେବେ କିଛି ବୁଝେନା  

ଜୀବନର କେତେ ରଙ୍ଗ ଧରିଥାଏ 

 ହେଲେ କିଛି ଚିତ୍ର ଆଙ୍କି ପାରେନା |


ତଥାପି ଛାଡେନା ଆଶା ସିଏ 

 ହସିବାର କରେ କେବେ କିଛି ବାହାନା  

ସେବେ ଜୀବନର କେତେ ରଙ୍ଗ 

  କରେ ତାକୁ ପ୍ରଶ୍ନ ଉତ୍ତର ପାଏନା | 


ଅପେକ୍ଷାରେ ଥାଏ ସିନା ସିଏ 

 କିନ୍ତୁ ସମୟ କେବେ ରହି ଯାଏନା  

ଦିନ ମାସ ବର୍ଷ ହୋଇ 

  ବିତିଯାଏ ଜୀବନର କେତେ ରଙ୍ଗ ଶୁଖେନା |


ଧରାଏ ହାତରେ ସିଏ ତୁଳି 

 ନୂଆ କିଛି ଆଙ୍କିବାର କରି ଭାବନା  

କିନ୍ତୁ ଜୀବନର କେତେ ରଙ୍ଗ 

 ଆଖିରେ ନାଚିଯାଏ ଅତୀତକୁ ଭୁଲି ହୁଏନା |


ଏମିତି କେତେ ବର୍ଷ ବିତିଯାଏ 

 ଭାବେ ନୂଆ ହୋଇ ଭୁଲିବ ପୁରୁଣା  

ଖାଲି ଜୀବନର କେତେ ରଙ୍ଗରେ 

 ରଙ୍ଗେ କିନ୍ତୁ ଅତୀତ କେବେ ହଜେନା |


ଖାଲି ଲିପା ପୋଛା କରି 

 ସତ୍ୟକୁ କେହି କେବେ ଲୁଚାଇ ପାରେନା  

ସେହିପରି ଏହି ଦିନ ଚାଲିଯିବ 

 ସବୁ ନୂଆ ଦିନେ ହୋଇଯିବ ପୁରୁଣା |


କ୍ଷଣିକ ହେଲେ ମଧ୍ୟ ମୁହୂର୍ତ୍ତ 

 ଭରେ ମନରେ କେତେ କିଛି ଉଦ୍ଦୀପନା  

ଜୀବନରେ କେତେ ରଙ୍ଗ ସବୁ 

 ବୋଳିଦେଇ ଦମ୍ଭରେ ଅତୀତର କରେ ସାମନା |


ଆଶା ଅସୁମାରି ମାରଇ ଲହଡି 

 ଏବେ କିଛି ସୀମା ଲଙ୍ଘି ପାରେନା  

ହସି ହସି ସବୁ ଭୁଲିଯାଏ 

 ଜୀବନର କେତେ ରଙ୍ଗରେ ଭରଇ କାମନା |


ହେବ ସେହି ସବୁ ପୁର୍ଣ 

 ସଭିଏଁ ସଭିଙ୍କୁ ଦିଅ ଶୁଭ କାମନା  

ନେଇ ଜୀବନର କେତେ ରଙ୍ଗ 

 ଆଙ୍କିଦିଅ ନୂଆ ସିଦ୍ଧ ହେଉ ସାଧନା|



Rate this content
Log in

Similar oriya poem from Inspirational