STORYMIRROR

Bharatabandhu Biswal

Inspirational Others

3  

Bharatabandhu Biswal

Inspirational Others

ଝିଅ ପାଇଁ ପଦଟିଏ

ଝିଅ ପାଇଁ ପଦଟିଏ

1 min
171


ଝିଅ ! ଅଲୀଅଳି ମାଆ ମୋର 

ଅଝଟ ଜିଦିପଣିଆ ଭଲ ନୁହେଁ

 ଫିଙ୍ଗି ଦେ ମନରୁ କାଢି ଦୂର ଅତି ଶୀଘ୍ର ,

ଆତ୍ମ ସୁଖ ବଡିମା ଦେଖାଇ

ଏକା ନିଜେ ଅସହାୟ

କଷ୍ଟ ହେବ ବସାଇବା ଘର

ବଞ୍ଚିବାଟା ହୋଇବା ଦୁଷ୍କର ।


ପାଳିରଖ ମନେ ତୋର

ସେନେହ ସୋହାଗ ଶ୍ରଦ୍ଧା

ତ୍ୟାଗ ସେବା ମହନୀୟ ଗୁଣ ପରମାର୍ଥ,

ମମତ୍ୱ ମଧୁରେ ଥାଏ ଅପାର ଶକତି

ଜିତିହୁଏ ବିଶ୍ୱ।ସରେ ଲୋକଙ୍କର ମନ

ହସିଉଠେ ଘର ପରିବାର ।


ମନ ଦେଇ ଶିଖିନେ ମା

କିପରି ବିଶ୍ୱ।ସ ଦୃଢେ

ଅନ୍ୟ କାହା ହାତ ଧରି ଚାଲିବାକୁ ହୁଏ,

ବଳୀ ଦେଇ ନିହିତ ସ୍ୱ।ର୍ଥକୁ

ସ୍ୱଜନ ସୁଖ ଓ ଦୁଃଖ ସହଭାଗୀତାରେ

ସମ୍ବେଦନା ସ୍ଫୁରେ,

ଫୁଟିଗଲେ କଣ୍ଟା ସ୍ୱପାଦରେ

ସ୍ୱଜନ ହୃଦୟୁ ରକ୍ତ ବହେ ଶତ ଧାରେ,

 ନିମିଷକେ ପର ହୁଏ ଆପଣାର

ରକତ ସମ୍ପର୍କ ଠାରୁ ନିବିଡ଼ ଆତ୍ମବନ୍ଧନ

ଲାଗେ ଭଲ ଭାରି ସୁମଧୁର

ସଞ୍ଚରଇ ସୁଧାମଧୁ ନବଜାତ ପୁଲକରେ

ବରଷେ ଆନନ୍ଦ ।


ଯାହା ଆଜି ଦେଖୁଛୁ ତୁ

ବାପ ମାଆ ଭାଇ ବନ୍ଧୁ ସୁଖ ବର୍ତ୍ତମାନ,

ଛାଇ ଆଲୁଅର ଖେଳ

ଏଇ ଅଛି ଏଇ ନାହିଁ ଦିନରାତି ପୁନଃ ପୁନଃ

ରହିବେନି ତୋ ନିକଟ ପାଶେ

କାୟା ସହ ବିଜଡି ରହିବ ଖାଲି

ଛାୟା ତୋ କେବଳ ।


ଲୋଡ଼ା ସ୍ୱଚ୍ଛ ଅନାବିଳ ମନଟିଏ

ଭେଦୁଥିବ ପଙ୍କ ସାତତାଳ,

ଉପରେ ଉଠିବ ହସି ଢଳଢଳ

ମୁଖପଦ୍ମ ଶାନ୍ତି ଶତଦଳ,

କର୍ମ ଧ୍ୟାନ ଆଲୋକ ସନ୍ଧାନେ

ଉଦ୍ଭାସିବ ଅବିକଳ ସ୍ୱଚ୍ଛ ପ୍ରତିବିମ୍ବ,

ସମୁଜ୍ଜ୍ୱଳେ ବିକଶିବ ରୂପ ଗୁଣ

ସମ୍ଭବିବ ସତ୍ୟ ଓ ସୁନ୍ଦର

ଅମୃତର ହେବ ଅଭ୍ୟୁଦୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational