STORYMIRROR

Trushna Das

Inspirational

3  

Trushna Das

Inspirational

ସମୟ

ସମୟ

1 min
171

ସମୟ ସବୁଠାରୁ ବଡ 

ତା ଠାରୁ ଆଉ କିଛି ନାହିଁ ମୂଲ୍ୟବାନ।। 


ସମୟ ହୋଇଲେ ନିଜର

ସମସ୍ତେ ହୁଅନ୍ତି ଆପଣାର

ସମୟ ହୋଇଲେ ପର

କେହି ରୁହନ୍ତି ନାହିଁ ହୋଇ ନିଜର।। 


ସମୟ ଖେଳୁଛି ଖେଳ

ରଚୁଛି ନୂତନ ଇତିହାସ

କେତେବେଳେ ସେ କାହାକୁ କରିଥାଏ ଏ ଜୀବନେ ହିରୋ ତ

ପୁଣି କେତେବେଳେ ସେ ତାକୁ ସଜାଇଥାଏ ଖଳନାୟକ।। 


ସମୟ ରଖିଥାଏ ସମସ୍ତଙ୍କ କର୍ମର ହିସାବ

କର୍ମଫଳ ଅନୁଯାୟୀ ସେ ହୋଇ ଥାଏ ନିଜର ବା ପର

ସେ ବଦଳାଇ ଦିଏ ସମସ୍ତଙ୍କ ଭାଗ୍ୟ

ସେ ସମସ୍ତଙ୍କ ସହ କରି ଥାଏ ନ୍ୟାୟ।। 


ତେଣୁ ପର କୁକଥାକୁ ଧ୍ୟାନ ନ ଦେଇ, ସମୟକୁ ନ କରି ବର୍ବାଦ 

କରି ଚାଳ ନିଜ କର୍ତ୍ତବ୍ୟ ଓ କର୍ମ 

ଦେଖିବ ଦିନେ ନା ଦିନେ ସମୟ ହୋଇବ ନିଜର

ନିଶ୍ଚୟ ହୋଇବ ତୁମ ଜୀବନ ସଫଳ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational